ରାଜନୀତି

୬ରେ କଂଗ୍ରେସର ପଂଚାୟତ ପ୍ରତିନିଧି ସମ୍ମିଳନୀ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ): ପଂଚାୟତିରାଜ ବ୍ୟବସ୍ଥା ଓ ପଂଚାୟତ ପ୍ରତିନିଧିଙ୍କ କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ ଓ ଦୁର୍ବଳ କରିଥିବା ପ୍ରତିବାଦରେ ଚଳିତମାସ ୬ତାରିଖରେ କଂଗ୍ରେସ ପକ୍ଷରୁ ପଂଚାୟତ ପ୍ରତିନିଧି ସମ୍ମିଳନୀ ଆୟୋଜନ ହେବ।ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ସାମିଲ ହେବେ।
ପଂଚାୟତ ପ୍ରତିନିଧି ସମ୍ମିଳନୀର ଆବାହକ ସୁଦର୍ଶନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ‘ଆମ ଗାଁ-ଆମ ବିକାଶ’ ଯୋଜନା ମାଧ୍ୟମରେ ପଂଚାୟତ ପ୍ରତିନିଧିଙ୍କ କ୍ଷମତାକୁ ହଡ଼ପ କରିବା ସହ ସେମାନଙ୍କ ଭୂମିକାକୁ ଅବମାନନା କରିଛନ୍ତି।ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପଂଚାୟତ ଜରିଆରେ କାର୍ଯ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ୱାରା ଏବଂ ବିଜେଡିର କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି ।
ଏହାର ପ୍ରତିବାଦରେ ଏବଂ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବାର ଉଦ୍ଦେଶ୍ୟ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଚଳିତମାସ ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଓଡିଶା ପଂଚାୟତ ପ୍ରତିନିଧି ସମ୍ମିଳନୀ କଂଗ୍ରେସ ଭବନ ପରିସରରେ ଆୟୋଜନ କରାଯାଇଛି । ଦେଶରେ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ ଏବଂ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ କଂଗ୍ରେସ ଯେଉଁ ବୈପ୍ଳବିକ ପଦକ୍ଷେପ ନେଇଥିଲା ତାକୁ ସୁରକ୍ଷିତ ରଖିବା ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପର ପ୍ରତିବାଦ ଏହି ସମ୍ମିଳନୀ ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version