ରାଜ୍ୟ

ନିଜ ମୃତ ଖବରକୁ ଖଣ୍ଡନ କଲେ ପପୁ

Posted on

ଭୁବନେଶ୍ୱର:ଓଡ଼ିଆ ହାସ୍ୟ କଳାକାର ପପୁ ପମପମ ଓରଫ ତତ୍ୱପ୍ରକାଶ ଶତପଥୀ ନିଜର ମୃତ ଖବରକୁ ଖଣ୍ଡନ କରିଛନ୍ତି।ଏହା ସହିତ ସୋଶାଲ ମିଡିଆରେ ପ୍ରସାରିତ ହେଉଥିବା ଏଭଳି ଖବରକୁ ନାପସନ୍ଦ କରିଛନ୍ତି।
ଆଜି ଏକ ଭିଡିଓ ଜାରି କରି ପପୁ କହିଛନ୍ତି ଯେ, ଏବେ ଫେସବୁକରେ ବାରମ୍ବାର ଖବର ଆସୁଛି ଯେ ସେ ମରିଯାଇଛନ୍ତି। କାହିଁକି ବାରମ୍ବାର ତାଙ୍କୁ ମାରିକି ତାଙ୍କ ଆୟୁଷ ବଢ଼ାଉଛନ୍ତି? ଯେଉର୍ମାନେ ଏସବୁ ବାହାର କରୁଛନ୍ତି ସେମାନଙ୍କୁ ବି ଧନ୍ୟବାଦ। ତାଙ୍କ ମରିବା ଖବର ଯେତେ ବାହାରିବ ତାଙ୍କର ଆୟୁଷ ସେତେ ବଢ଼ିବ ବୋଲି କ୍ଷୋଭର ସହ କହିଛନ୍ତି।
ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ନିଜର ପ୍ରଶଂସକମାନଙ୍କୁ ସୂଚନା ଦେଇ ପପୁ କହିଛନ୍ତି ଯେ ସତକଥା ହେଉଛି ସେ ଦିଲ୍ଲୀ ଯାଇଥିଲେ। ଏମସରେ ଚିକିତ୍ସା ହେଉଥିଲେ।ସବୁ ଡାକ୍ତରଖାନାରେ ଗୋଟିଏ ନିୟମ ରହିଛି ଯେ ମାସେ ପରେ ଚେକଅପ କରିବା ପାଇଁ। ତେଣୁ ସେ ଏଭଳି ଚେକଅପରେ ଯାଇଥିଲେ।ସେ ମରିଯାଇଛନ୍ତି ବୋଲି ବେକାର ନ୍ୟୁଜ୍ ବାହାରୁଛି।ଏସବୁ ଖବରକୁ ଗୁରୁତ୍ୱ ନଦେବା ପାଇଁ ସେ ନିଜର ପ୍ରଶଂସକଙ୍କୁ କହିଛନ୍ତି।ଆହୁରି ମଧ୍ୟ ତାଙ୍କର ନିନ୍ଦୁକମାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି ଯେ ସେ କ’ଣ କେଉଁଠିକି ଯିବେ, କ’ଣ କରିବେ ସବୁକିଛି ମିଡିଆକୁ ଜଣାଇ ଯିବେ ନା ସୋଶାଲ ମିଡିଆରେ ଦେଖାଇବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version