Latest

ଖେଳରତ୍ନ ଦୌଡରେ ପାରା ଶଟଲର ପ୍ରମୋଦ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର):
ବିଶ୍ୱର ଏକ ନମ୍ବର ପାରା ଶଟଲର୍ ପ୍ରମୋଦ ଭଗତଙ୍କ ନାଁ ସମ୍ମାନଜନକ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ୍ ପ୍ରମୋଦଙ୍କ ନାଁ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ସୁପାରିସ୍ କରିଛି।
୨୦୧୭ରୁ ୨୦୨୧ ମଧ୍ୟରେ ପ୍ରମୋଦ ମୋଟ ୩୬ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି। ଯେଉଁଥିରେ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ସ୍ୱର୍ଣ୍ଣ ଓ ଏସିଆନ୍ ପାରା ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ତାଙ୍କ ନାଁରେ ରହିଛି। ୫ଥରର ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ୍ ବିଜେତା ପ୍ରମୋଦ ଭଗତ ୨୦୧୯ରେ ଅର୍ଜୁନ ପୁରସ୍କାର ପାଇଥିଲେ। ୨୦୨୧ ଟୋକିଓ ପାରାଅଲିମ୍ପିକରେ ପ୍ରମୋଦଙ୍କୁ ଭାରତର ସବୁଠାରୁ ଅଧିକ ପଦକ ଦାବିବାର କୁହାଯାଉଛି।
‘ଖେଳ ରତ୍ନ’ ପାଇଁ ମନୋନୀତ ହେବା ପରେ ପ୍ରମୋଦ ବହୁତ ଖୁସି ହୋଇଛନ୍ତି। ସେ କହିଛନ୍ତି, ପାରାଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ମୋର ଏକମାତ୍ର ସ୍ୱପ୍ନ ଏବଂ ଏବେ ମୁଁ ଟ୍ରେନିଂ ଉପରେ ଫୋକସ୍ କରୁଛି। ଏହା ପୂର୍ବରୁ ରାଜ୍ୟ ସରକାର ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଭାରତର ଅଗ୍ରଣୀ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଥିଲେ। ସେହିପରି ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର। ଏହାଛଡ଼ା ଦ୍ରୋଣାଚାର‌୍ୟ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାଁ ସୁପାରିସ୍ କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version