ଖେଳ

ଭାରତଠାରୁ ହାରିବା ପରେ ସର୍ଫରାଜଙ୍କୁ ଫୋନ କଲେ ପିସିବି ମୁଖ୍ୟ

Posted on

ଇସଲାମାବାଦ୍‌: କ୍ରମାଗତ ୭ମଥର ପାଇଁ ବିଶ୍ୱକପ୍‌ରେ ଭାରତ ଠାରୁ ପରାସ୍ତ ହୋଇଛି ପାକିସ୍ତାନ। ଏହି ପରାଜୟ ପରେ ପାକିସ୍ତାନ ଖେଳାଳି ଓ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ପୂରା ଦେଶରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାରତ ଠାରୁ ପରାଜୟ ପରେ ସର୍ଫରାଜ ମଧ୍ୟ ଟିମ୍‌ର ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ପୂରା ପାକିସ୍ତାନ ଟିମ୍‌ର ମନୋବଳ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା।

ଏପରି ସ୍ଥିତିରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି) ମୁଖ୍ୟ ଏହସାନ ମଣି ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଫୋନ କରି ତାଙ୍କ ମନୋବଳକୁ ବୃଦ୍ଧି କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ସେ ସର୍ଫରାଜଙ୍କୁ ଫୋନ କରି ପୂରା ଦେଶ ଟିମ୍‌ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି। ଏଥିସହ ଭାରତ ବିପକ୍ଷ ମ୍ୟାଚ୍‌କୁ ଭୁଲି ବିଶ୍ୱକପ୍‌ରେ ଆଗକୁ କେମିତି ଦଳ ଭଲ ପ୍ରଦର୍ଶନ କରିବ, ତା’ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଦେଶବାସୀ ପାକିସ୍ତାନ ଠାରୁ ଭଲ କ୍ରିକେଟ୍‌ ଖେଳ ଚାହୁଁଛନ୍ତି। ତେଣୁ ଦଳର ସଦସ୍ୟମାନେ କେବଳ ଖେଳ ଉପରେ ଗୁରୁତ୍ୱ ଦିଅନ୍ତୁ। ଅଯଥା ପ୍ରକାଶ ପାଉଥିବା ଖବର ଉପରେ ଗୁରୁତ୍ୱ ନଦେବାକୁ ସେ ସର୍ଫରାଜଙ୍କୁ କହିଥିବା ଜଣାପଡ଼ିଛି।

ପାକିସ୍ତାନ ଏଯାଏ ଖେଳିଥିବା ୫ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ ଜିତିଛି। ଦଳ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version