ଭୁବନେଶ୍ୱର : ବରିଷ୍ଠ ପ୍ରଶାସକ ତଥା କବି ନିରଞ୍ଜନ ସେଠୀଙ୍କ ଗୀତି କବିତା ପୁସ୍ତକ ‘ତମେ କି ବୁଝିବ ପ୍ରିୟେ’ ଆଜି ଲୋକାର୍ପିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଉଦ୍ଘାଟକ ଭାବେ ଯୋଗଦେଇ ଏହି ପୁସ୍ତକର ରଚୟିତାଙ୍କ କବିତ୍ୱକୁ ପ୍ରଶଂସା କରିବା ସହ ପୁସ୍ତକରେ ସ୍ଥାନିତ ଗୀତିକବିତାଗୁଡ଼ିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି କହିଥିଲେ । ସେହିପରି ମୁଖ୍ୟ ଅତିଥ ôଭାବେ ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତି, ସମ୍ମାନିତ ଅତିଥିଭାବେ ପ୍ରତିଷ୍ଠିତ ଭେଷଜ ଡାକ୍ତର ନିତ୍ୟାନନ୍ଦ ପଟ୍ଟନାୟକ, ଅଧ୍ୟାପକ ଡ. ନିରଞ୍ଜନ ପାଢୀ ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁୂମ୍ନ ଶତପଥୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପୁସ୍ତକର ସମୀକ୍ଷା କରିଥିଲେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ । ଏହି ଉତ୍ସବରେ ବହୁ ସଂଖ୍ୟାରେ କବି,ଲେଖକ, ସାମ୍ବାଦିକ ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ । ଶ୍ରୀ ସେଠୀ ଏବେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।
ସିନେମା ହଲରେ ଧମାକା କରୁଛି ‘ସିଙ୍ଘମ୍ ଏଗେନ୍’
ଦୀପାବଳିରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଧମାକାଦାର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ ସିନେମା ହଲରେ ଧମାକା କରୁଛି । ମାତ୍ର ୩ ଦିନରେ ଫିଲ୍ମ ବମ୍ପର୍ ବ୍ୟବସାୟ...