Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁଣି ବଲିଉଡ ସୁପର ଷ୍ଟାର ସଲମାନ ଖାନଙ୍କୁ ଆସିଲା ହତ୍ୟା ଧମକ

ବଲିଉଡ ସୁପର ଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି । ମୁମ୍ବାଇ ଟ୍ରାଫିକ ପୁଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ମେସେଜ ଆସିଛି । ୨ କୋଟି ଟଙ୍କା ଦାବି କରାଯାଇଛି । ଟଙ୍କା ନମିଳେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି ।ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସଲମାନଙ୍କୁ ଦୁଇ ଦୁଇଟି ହତ୍ୟା ଧମକ ମିଳିଛି ।

ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମକୁ ଏକ ମେସେଜ ଆସିଥିଲା । ୨ କୋଟି ଟଙ୍କା ନ ମିଳିଲେ ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏ ନେଇ ୱର୍ଲି ଥାନାରେ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଗତକାଲି ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ଏକ ହତ୍ୟା ଧମକ ମିଳିଥିଲା । ଏଥିରେ ମଧ୍ୟ ଟଙ୍କା ଦେବାକୁ ଦାବି କରାଯାଇଥିଲା । ଏହି ମାମଲାରେ ଦିଲ୍ଲୀ ନଏଡାରୁ ମହମ୍ମଦ ତୈୟାବ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ନଏଡାର ସେକ୍ଟର ୩୯ ଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଛି । ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟରମାନେ ହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଘର ଉପରକୁ ଗୁଳି ମାଡ଼ କରାଯାଇଛି । ସଲମାନଙ୍କ ବାପା ସଲିମଙ୍କୁ ମଧ୍ୟ ତାଙ୍କ ବାସଭବନ ସମ୍ମୁଖରେ ହତ୍ୟା ଧମକ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top