Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୫୯ ବର୍ଷରେ ପାଦ ଥାପିଲେ ବଲିଉଡ୍ ବାଦଶାହା ଶାହାରୁଖ ଖାନ

ଅଭିନେତା ଶାହାରୁଖ ଖାନ ୨ ନଭେମ୍ବର ୧୯୬୫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୫୯ ବର୍ଷରେ ବଲିଉଡ୍ ବାଦଶାହ । ଆଜି ୫୯ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ବାଦଶାହା ଶାହାରୁଖ ଖାନ୍ । ଭାରାତୀୟ ସିନେ ଜଗତର ଜଣେ ପ୍ରଖ୍ୟାତ ଅଭିନେତା ଓ ପ୍ରଯୋଜକ । ୧୯୮୯ ମସିହାରେ ସିରିୟଲ ଫୌଜୀରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଶାହାରୁଖ । ଅଭିନେତା ଶାହାରୁଖ ଖାନଙ୍କୁ ଅନେକ ନାମରେ ଡାକନ୍ତି, ଯେପରି କିଙ୍ଗ ଖାନ୍‌, ରେମାନ୍ସ କିଙ୍ଗ, ଡନ୍‌, ବାଜିଗର ଏବଂ ବାଦଶାହ । କିନ୍ତୁ ପ୍ରକୃତରେ ସୁପରଷ୍ଟାରଙ୍କ ନାମ ହେଉଛି ଅବଦୁଲ ରେହମାନ ।

୧୯୯୨ ମସିହାରେ ଦିୱାନା ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରବେଶ କଲେ । ଶାହରୁଖଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରୁ ଡର, ବାଜିଗର, ଅଞ୍ଜାମ, ରାଜୁ ବନଗୟା ଜେଣ୍ଟଲ ମ୍ୟାନ, କରନ-ଅର୍ଜୁନ, କୋଇଲା, ପରଦେଶ, ଦିଲ ତୋ ପାଗଲ ହେ, ବାଦଶାହ, ହେ ରାମ, ଦିଲାୱାଲେ ଦୁଲହନିୟା ଲେ ଜାଏଙ୍ଗେ, କୁଛ କୁଛ ହୋତା ହେ ଅନେକ ଜନାଦୃତି ଲାଭ କରିଛି । ବର୍ତ୍ତମାନ ସୁଦ୍ଧା ଭାରତର ତଥା ବିଶ୍ବର ଜଣେ ଅପ୍ରତିଦ୍ବନ୍ଦୀ ଅଭିନେତା ଭାବେ ସ୍ଥିତି ବଜାୟ ରଖିଛନ୍ତି ଶାହାରୁଖ ।

ଭାରତୀୟ ସିନେ ଜଗତକୁ ତାଙ୍କର ଅବଦାନ ପାଇଁ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି । ଲଣ୍ଡନର ପ୍ରସିଦ୍ଧ ମାଡାମ ଟୁଷଡ୍ ସଂଗ୍ରହାଳୟ ତଥା ବିଶ୍ବର ବିଭିନ୍ନ ସ୍ଥାନରେ ତାଙ୍କର ମହମ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ବିଶ୍ବ ଚଳଚ୍ଚିତ୍ର ଜଗତରେ ତାଙ୍କ ଅଦ୍ଭୁତପୂର୍ବ ପ୍ରଭାବ ପାଇଁ ତାଙ୍କୁ ନିକଟରେ ଆମେରିକାର ପ୍ରସିଦ୍ଧ ନିଉଜ୍-ଉଇକ୍ ପତ୍ରିକା ପୃଥିବୀର ପ୍ରଥମ ୫୦ ଜଣ ଶକ୍ତିଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଛି । ଆଜି ଜନ୍ମ ଦିନରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top