Latest

ଅସୁସ୍ଥ ତାରା ବାହିନୀପତିଙ୍କୁ ଭେଟିଲେ ପ୍ରଦୀପ ମାଝୀ

Posted on

ଭୁବନେଶ୍ୱର ,(ଓଡ଼ିଶା ୱେୟାର): ଜୟପୁରର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗତ କିଛି ଦିନ ପୂର୍ବେ କୋରୋନା ସଂକ୍ରମିତ ହୋଇ ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିଲେ। କିନ୍ତୁ ମଧୁମେହ ଓ ପୋଷ୍ଟ କୋଭିଡ କମ୍ପଲିକେସନ ପାଇଁ ପୁଣିଥରେ ଅସୁସ୍ଥ ହୋଇପଡିଥିଲେ ବାହିନୀପତି । ତେବେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନଆସିବାରୁ ଅସୁସ୍ଥ ଅନୁଭବ କରିବାରୁ ଗତ ୧୨ ଦିନ ଧରି ସିକନ୍ଦରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।ଶ୍ରୀ ବାହିନୀପତି ହିସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ପିସିସି କାର‌୍ୟ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପାଦକ ତଥା ଓଡିଶା କଂଗ୍ରେସ ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ରରାଜୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା କରୁଥିବା ଡାକ୍ତର ଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଥିଲେ ।ଏହି ଅବସରରେ ଘରୋଇ ହିସ୍ପିଟାଲରେ ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥୁବା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଗ୍ରାମ ଜେନାଙ୍କୁ ମଧ୍ୟ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ଉଭୟ। ଖୁବଶୀଘ୍ର ଜୟପୁର ବିଧାୟକ ଓ ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁସ୍ଥ ହୋଇ ଓଡିଶା ଫେରିବେ ବୋଲି ଆଶା କରିଛନ୍ତି ଶ୍ରୀ ଯୁକ୍ତ ମାଝୀ ଓ ଶ୍ରୀଯୁକ୍ତ ରାଜୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version