ରାଜ୍ୟ

ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନିଷ୍ପତ୍ତିରୁ ଓହରିଲେ ସରକାର

Posted on

ଢେଙ୍କାନାଳ(ଓଡବ୍ଲ୍ୟୁ):ଢେଙ୍କାନାଳ ଜିଲ୍ଲର ବଳରାମପୁରବାସୀଙ୍କ ଜୋରଦାର ବିରୋଧ ପରେ ରାଜ୍ୟ ସରକାର ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନିଷ୍ପତ୍ତିରୁ ଓହରିଛନ୍ତି। ବଳରାମପୁର ଗାଁରେ ଆଉ ବିୟର ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ହେବନି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଉତ୍ତରାଞ୍ଚଳ ଆରଡିସିଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ତଥାପି ଅଞ୍ଚଳବାସୀଙ୍କ ମଧ୍ୟରେ କୁହୁଳୁ ଥିବା ଉତ୍ତେଜନାର ନିଆଁ ଥଣ୍ଡା ପଡ଼ିବାର ନା ନେଉନାହିଁ। ଜଙ୍ଗଲ ଜମି ପୂର୍ବାବସ୍ଥାକୁ ନଫେରିବା ପର‌୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି। ଆରଡିସି ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠିରେ ମଦ ଫ୍ୟାକ୍‌ଟ୍ରି ବନ୍ଦ ପାଇଁ କୁହାଯାଇଥିଲା। ଶିଳ୍ପ ବିଭାଗ ପ୍ରମୁଖ ସଚିବଙ୍କୁ ଆରଡିସି ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, “ବଳରାମପୁରରେ ବଟଲିଂ ପ୍ଲାଣ୍ଟ ବାତିଲ୍ କରାଯାଇ ଅନ୍ୟ ସ୍ଥାନରେ ନିର୍ମାଣ କରାଯାଉ। ତା’ସହ ସେଠି ଗଛକଟା ବନ୍ଦ ରଖି ନୂଆ ଗଛ ଲଗାଯାଉ।”
ଏତେ ମୂଲ୍ୟବାନ ଗଛ ଥାଇ ଏ ସ୍ଥାନକୁ କିଭଳି କିସମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଗଲା ? ଏ ପ୍ରସ୍ତାବ କିଏ ଦେଲା? ସେହି ଅଧିକାରୀମାନଙ୍କ ବିରୋଧରେ ସରକାର ଏବେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version