Latest

ଜନଶୁଣାଣି ସଭା ପାଲଟିଲା ରଣକ୍ଷେତ୍ର, ଷ୍ଟେଜକୁ ଭଙ୍ଗାରୁଜା କରିବା ସହ ଟେଣ୍ଟକୁ ଓପାଡି ପକାଇଥିଲେ

Posted on

କୋରାପୁଟ,(ଓଡ଼ିଶା ୱେୟାର) : କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣି ବେଳେ ଦେଖାଦେଇଛି ଏପରି ଅଭାବନୀୟ ସ୍ଥିତି ।
ସୂଚନା ଅନୁଯାୟୀ, ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ମାଳି ପର୍ବତରୁ ଖଣି ଖନନ ପାଇଁ ଲିଜ୍ ଅନୁମତି ମିଳିଛି । ଏନେଇ ଆଜି ପ୍ରଦୂଷଣ ବିଭାଗ ପକ୍ଷରୁ ଜନଶୁଣାଣି ଥିଲା । ଏହି ସଭାରେ ଆଖପାଖ ୧୨ ପଞ୍ଚାୟତର ୭୦ ଗ୍ରାମବାସୀ ଯୋଗ ଦେଇଥିଲେ।
ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଖଣି ଖନନକୁ ପ୍ରବଳ ବିରୋଧ କରାଯାଇଥିଲା । ସଭା ପାଇଁ ପ୍ରସ୍ତୁତ ଷ୍ଟେଜକୁ ଭଙ୍ଗାରୁଜା କରିବା ସହ ଟେଣ୍ଟକୁ ଓପାଡି ପକାଇଥିଲେ ଉତ୍ତ୍ୟକ୍ତ ଲୋକ । ତେଣୁ ଜନଶୁଣାଣି ନ କରି ପ୍ରଶାସନ ଓ ଖଣି ଲିଜଧାରୀମାନେ ଫେରିଯାଇଥିଲେ ।
ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ପ୍ରଶାସନିକ ଅଧିକାରୀ ମନା କରିଛନ୍ତି ।
ଏନେଇ ମାଳି ପର୍ବତ ସମିତି ସଭାପତି କହିଛନ୍ତି, ଏହି ବୈଠକରେ ୭୦ଟି ଗାଁ ଲୋକ ଯୋଗ ଦେଇଥିଲେ। କମ୍ପାନୀ, ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଚକ୍ରାନ୍ତ କରି ଆଦିବାସୀଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି। ଦିନ ୧୧ଟା ବେଳେ ଜନଶୁଣାଣି କରିବା ନିମନ୍ତେ ନୋଟିସ କରିଥିଲେ। କିନ୍ତୁ ୨ ଘଣ୍ଟା ପୂର୍ବରୁ ୯ଟା ବେଳେ କିଛି ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରି ଆଣି ପଲ୍ଲି ସଭା କରିଥିଲେ। ଏହାକୁ କେବେବି ବରଦାସ୍ତ କରାଯିବନି। ତୀବ୍ର ବିରୋଧ କରାଯିବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version