Latest
ଓଡିଶା ଆସିବେ ରାହୁଲ ଗାନ୍ଧୀ !
ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବ କଂଗ୍ରେସ। ଏଥିରେ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି। ଏପ୍ରିଲ ୨୮ ଓ ମେ’୩ ତାରିଖରେ ଯଥାକ୍ରମେ ରାୟଗଡା, ସାଲେପୁର, ବ୍ରହ୍ମପୁରରେ କରିପାରନ୍ତି ପ୍ରଚାର । ଏନେଇ ରାହୁଲଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏହାସହ ରାଜ୍ୟରେ ପ୍ରଚାର ପାଇଁ ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଆସିବାକୁ ପ୍ରସ୍ତାବ ଦିଆଯାଇଛି ।