ରାଜନୀତି

ଆସନ୍ତା ମାସରେ ଆସିବେ ରାହୁଲ ଗାନ୍ଧି

Posted on

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବେ।ଆଜି ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଅକ୍ଟୋବର ଓ ନଭେମ୍ବର ମାସରେ ଦୁଇଥର ଓଡ଼ିଶା ଗସ୍ତରେ ଆସି ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହେବେ।ତେବେ ରାହୁଲ ଗାନ୍ଧି ନିର୍ଦ୍ଦିଷ୍ଟ ଭାବେ କେଉଁ ତାରିଖରେ ଆସିବେ ତାହା ସ୍ଥିର ହୋଇନାହିଁ।ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ପିସିସି ପକ୍ଷରୁ ରାହୁଲ ଗାନ୍ଧି ଅଗଷ୍ଟ ମାସରେ ଆସିବେ ବୋଲି ସୂଚନା ଦିଆଯାଇଥିଲା।
ପିସିସି ସୂତ୍ର ଅନୁସାରେ କଂଗ୍ରେସରୁ ୨ଜଣ ବିଧାୟକ ଓ ଜଣେ ବରିଷ୍ଠ ନେତା ଏବେ ବିଜେଡିରେ ସାମିଲ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାହୁଲଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଚାର କରାଯାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version