Latest
ବର୍ଷା-ଅନୁଭବ ବିବାଦ ପ୍ରସଙ୍ଗ : ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେନି
ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେନି ଷ୍ଟାର କପଲ୍ । ଆଜି ଦିନ ୨ଟାରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା। ହେଲେ କେହି ନଆସିବାରୁ ଆସନ୍ତା ୧୮ ତାରିଖ ପରବର୍ତ୍ତୀ ତାରିଖ ଭାବେ ଧାର୍ୟ୍ୟ କରାଯାଇଛି। ପରିବାର ଅଦାଲତ ମାମଲାର ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଛନ୍ତି। ପୂର୍ବରୁ ଏକାଧିକ ତାରିଖ ଧାର୍ୟ୍ୟ ହୋଇଛି। କିନ୍ତୁ ଉଭୟ ପକ୍ଷଙ୍କ ଅନୁପସ୍ଥିତ ଯୋଗୁ କୌଣସି ସୁଫଳ ମିଳିନାହିଁ । ବର୍ଷା-ଅନୁଭବଙ୍କ ଛାଡପତ୍ର ମାମଲା ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।