Latest

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Posted on

ଭୁବନେଶ୍ୱର,(ଓଡ଼ିଶା ୱେୟାର) : ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାକାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ କଲ୍ୟାଣ ମଣ୍ଡପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ମୃତ ଯୁବକଙ୍କ ନାଁ ପ୍ରକାଶ ବଳ। ତାଙ୍କ ଘର ଯାଜପୁର ଅଞ୍ଚଳରେ। ସେ ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପରେ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହକୁ ଉକ୍ତ କଲ୍ୟାଣ ମଣ୍ଡପର ଏକ ରୁମ୍‌ରୁ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version