ରାଜନୀତି

ବିଜେପିରେ ମିଶିଲେ ଅବସରପ୍ରାପ୍ତ ଆଇଏଏସ୍ ଅଶୋକ ତ୍ରିପାଠୀ

Posted on

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଶୋକ ତ୍ରିପାଠୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ତ୍ରିପାଠୀଙ୍କ ସମେତ ଭୁବନେଶ୍ୱରର ବରିଷ୍ଠ ଡାକ୍ତର ଡ. ବିଶ୍ୱନାଥ ପଟ୍ଟନାୟକ, କର୍ଣ୍ଣେଲ ଲୋକନାଥ ସାହୁ,ବରିଷ୍ଠ ନାଗରିକ ପ୍ରଦୀପ ପଟ୍ଟନାୟକ, ପ୍ରତାପ ମିଶ୍ର, ଆକାଶ ମୁଖୀ, ଗୀତା ମହାନ୍ତି, ଶାନ୍ତି ଜେନା, କୁଲମତି ଭୋଇ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସେହିପରି ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀର ବେଲିଆପାଳ ଗ୍ରାମ ପଂତାୟତର ସମିତି ସଭ୍ୟ ତଥା ପୂର୍ବତନ ରତାପାଟ ଗ୍ରାମ ପଂଚାୟତର ସରପଂଚ ବିଜୟ କୁମାର ଦଳବେହେରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତିି । ରତାପାଟ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଫୁଲ କୁମାର ବରାଳ, ରଟାପାଟ ଗ୍ରାମ ପଂଚାୟତର ସରପଂଚ ଦୁର୍ଗା ଦଳବେହେରା, ବେଲିଆପାଳ ଗ୍ରାମ ପଂଚାୟତର ସରପଂଚ ବିଚିତ୍ରାନନ୍ଦ ପଣ୍ଡା, ଦଶରଥୀପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଗଙ୍ଗାଧର ସାମଲଙ୍କ ସମେତ ମାଳତୀ, ଗୋପାଳପୁର, ଜାଣିସାହି, ବାଙ୍ଗିରୀସିଙ୍ଗା, ଜଡୁମ, ଦିନିଆରୀ ଆଦି ଗ୍ରାମ ପଂଚାୟତର ସରପଂଚ ଓ ସମିତିସଭ୍ୟ, ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ, ବିଜେଡି ନେତା, ଛାତ୍ରନେତା ପ୍ରମୁଖ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଦ୍ଧିବଦ୍ଧ ଭାବେ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତିି । ବଡମ୍ବା କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ବଡମ୍ବା ଓକିଲ ସଂଘର ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ଜେନା, ପୂର୍ବତନ ସଂପାଦକ ଦିଲୀପ ସାମନ୍ତ, ବଡମ୍ବା ନରସିଂହପୁର ଯୁବ କଂଗ୍ରେସ ସଭାପତି ଆଡଭୋକେଟ ପ୍ରିୟଦର୍ଶୀ ଶୁଶ୍ରତ, ବଡମ୍ବା ବାର ଆସୋସିଏସନ ସେକ୍ରେଟାରୀ ଲଳିତ ମୋହନ ଲେଙ୍କା, ଉପସଭାପତି ସଲିଲ କୁମାର ଜେନାଙ୍କ ସମେତ ଅନେକ ସଂଖ୍ୟାରେ ଆଇନଜୀବୀ ବିଜେପିରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version