Latest

ୟୁକ୍ରେନର ଗ୍ୟାସ୍ ପାଇପ୍‌ଲାଇନ ଉଡାଇଲା ରୁଷ

Posted on

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଚତୁର୍ଥ ଦିନରେ ପହଞ୍ଚିଲାଣି। ରୁଷ ସେନା ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ନିକଟତର ହେଉଥିବା ଖବର ମିଳୁଛି। ଖବର ମୁତାବକ, କିଭ୍ ଠାରୁ ଆଉ ମାତ୍ର ୪ କି.ମି ଦୂରରେ ଅଛନ୍ତି ରୁଷ ସେନା। କିନ୍ତୁ ଏହା ମଧ୍ୟରେ ଖବର ମିଳିଛି ଯେ, ରୁଷ ସେନା ୟୁକ୍ରେନ୍‌ର ଦ୍ଵିତୀୟ ବଡ଼ ସହର ଖାରକିଭ୍‌ରେ ଏକ ଗ୍ୟାସ୍ ପାଇପଲାଇନ୍ ଉଡାଇ ଦେଇଛନ୍ତି। ରୁଷ ବାରୁଦ ବର୍ଷାରେ ୟୁକ୍ରେନ୍ ସଂପୂର୍ଣ୍ଣ ଭାବେ ଅଣନିଶ୍ୱାସୀ ହୋଇଗଲାଣି। ୟୁକ୍ରେନର ରାଜଧାନୀ କିଭ୍ ଉପରେ କବ୍‌ଜା କରିବା ପାଇଁ ଋଷ ସୈନିକ ଚାରିଆଡୁ ଆକ୍ରମଣ କରୁଛନ୍ତି।

ରୁଷ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ବୋମା ବର୍ଷଣ କରୁଛି। କେବଳ ୟୁକ୍ରେନ ନୁହେଁ ବରଂ ଅନ୍ୟ ଦେଶର ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଅପର ପକ୍ଷରେ ଏହି ଯୁଦ୍ଧ ବିଭୀଷିକା ମଧ୍ୟରେ ୧୦ ଜଣ ଗ୍ରୀସ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ମାରିୟୁପୋଲ ନିକଟରେ ଋଷର ବିସ୍ଫୋରଣରେ ଏହି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏନେଇ ଗ୍ରୀସ୍ ପ୍ରଧାନମନ୍ତ୍ରୀ କ୍ୟାରିକୋସ୍ ଟ୍ଵିଟ୍ କରି ଚିନ୍ତା ପ୍ରକଟ କରିଛନ୍ତି।

ଏପରି ସ୍ଥିତିରେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜର୍ମାନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜର୍ମାନୀ ୟୁକ୍ରେନକୁ ସିଧାସଳଖ ଭାବେ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବ ବୋଲି ଶନିବାର ଘୋଷଣା କରିଛି। ତା ସହିତ ସ୍ୱିଫ୍ଟ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ରୁଷ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଜର୍ମାନୀ ସମର୍ଥନ କରିଛି। ଜର୍ମାନୀ ଏକ ହଜାର ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଏବଂ ୫୦୦ ଷ୍ଟାଙ୍ଗର ସରଫେସଟୁ ଏୟାର ମିଶାଇଲ୍ ୟୁକ୍ରେନ୍‌କୁ ଖୁବ୍‌ଶୀଘ୍ର ମିଳିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version