Latest

ଋଷ୍ – ୟୁକ୍ରେନ୍ ଯୁଦ୍ଧ : ଯୁଦ୍ଧ ଟାଳିବାକୁ ହାତ ଯୋଡି ଅନୁରୋଧ କଲେ ଫୁଟବଲର ରୁସଲାନ୍

Posted on

ନୂଆଦିଲ୍ଳୀ : ରୁଷ୍-ୟୁକ୍ରେନ୍ ମଧ୍ୟ ଚାଲିଥିବା ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ବର୍ତ୍ତମାନ କ୍ରୀଡ଼ା ଜଗତର ଲୋକପ୍ରିୟ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି। ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ ନିଆରା ଢଙ୍ଗରେ ଯୁଦ୍ଧ ରୋକିବାକୁ ଅନୁରୋଧ କରିଛନ୍ତି।
ଇଟାଲୀୟ ଫୁଟବଲ୍ ଟିମ୍ ଆଟଲାଣ୍ଟା ବିସି ପକ୍ଷରୁ ଖେଳୁଥିବା ୟୁକ୍ରେନିର ମିଡଫିଲ୍ଡର ରୁସଲାନ୍ ମାଲିନୋଭସ୍କି ଅଲିମ୍ପିୟାକୋସ ବିପକ୍ଷରେ ଗୋଲ୍ କରିବା ପରେ ନିଜ ଟି-ଶାର୍ଟ ଉପରକୁ ଟେକି ଦେଇଥିଲେ, ଯେଉଁଥିରେ ଲେଖା ଯାଇଥିଲା, ୟୁକ୍ରେନରେ ଯୁଦ୍ଧ କରନ୍ତୁ ନାହିଁ। ବର୍ତ୍ତମାନ ସୋଶାଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେହିପରି ମାଞ୍ଚେଷ୍ଟର୍ ସିଟି ପକ୍ଷରୁ ଖେଳୁଥିବା ୟୁକ୍ରେନ୍ ଡିଫେଣ୍ଡର୍ ଓଲେକଜାଣ୍ଡର୍ ଜିନଚେଙ୍କୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଏକ ପୋଷ୍ଟ କରି ଲେଖିଥିଲେ, ମୁଁ ଆଶା କରୁଛି ଯେ ଆପଣ ସବୁଠାରୁ କଷ୍ଟଦାୟକ ମୃତ୍ୟୁ ପାଇବେ। ତେବେ ପରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା।
ୟୁରୋପା ଲିଗର ଦ୍ୱିତୀୟ ଲେଗର ଏହି ମୁକାବିଲାରେ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ଡେନମାର୍କର ପୁଲ-ବ୍ୟାକ୍ ଜୋକିମ୍ ମାହେଲେ ଗୋଟିଏ ଗୋଲ୍ ଦେଇଥିଲେ। ଏଥିସହ ଆଟଲାଣ୍ଟା ବିସି ମୁକାବିଲାକୁ ୩-୦ରେ ଜିତି ରାଉଣ୍ଡ-୧୬ ପାଇଁ କ୍ୱାଲିଫାଏ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version