ରାଜ୍ୟ
୨ ମନ୍ତ୍ରୀଙ୍କୁ ମିଳିଲା ମହାରଥୀଙ୍କ ବିଭାଗ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ୱେୟାର): ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ତାଙ୍କ ପାଖରେ ଥିବା ବିଭାଗର ଦାୟିତ୍ୱ ୨ଜଣ ମନ୍ତ୍ରୀଙ୍କୁ ନ୍ୟସ୍ତ ହୋଇଛି। ମହାରଥୀଙ୍କ ଇସ୍ତଫାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିବା ସହ ତାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଏହାସହିତ ମହାରଥୀଙ୍କ ପାଖରେ ଥିବା କୃଷି ଓ କୃଷକ କଲ୍ୟାଣ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ନ୍ୟସ୍ତ ହୋଇଛି। ସେହିପରି ମହାରଥୀଙ୍କ ପାଖରେ ଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ରମେଶ ଚନ୍ଦ୍ର ମାଝୀଙ୍କୁ ନ୍ୟସ୍ତ ହୋଇଛି।