ରାଜ୍ୟ

ଶତୃଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

Posted on

ଭୁବନେଶ୍ଵର : ପ୍ରତିଷ୍ଠିତ ଲେଖକ ଶତୃଘ୍ନ ପାଣ୍ଡବଙ୍କୁ ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ମିଳିବ। ଇମ୍ଫା ଚ୍ୟାରିଟେବଲ୍‍ ଟ୍ରଷ୍ଟ ( ଇମ୍ପାକ୍ଟ) ପକ୍ଷରୁ ଶ୍ରୀ ପାଣ୍ଡବଙ୍କୁ ତାଙ୍କ ରଚିତ “ମିଶ୍ର ଧ୍ରୁପଦ’ ପୁସ୍ତକ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ଇମ୍ଫାଲ ପକ୍ଷରୁ ଏହି ଘୋଷଣା ହୋଇଛି।ପୁରସ୍କାର ସ୍ୱରୂପ ତାଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।ଅକ୍ଟୋବର ୨୬ ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଇମ୍ପା ପକ୍ଷରୁ କୁହାଯାଇଛି।
ସେହିପରି ଅନ୍ୟ ଦୁଇଜଣ ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଓ ଚିତ୍ରକଳା କ୍ଷେତ୍ରରେ ବିନୋଦ ମହାରଣାଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ସ୍ୱରୂପ ଉଭୟଙ୍କୁ ଦେଢ଼ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।

ପୁରସ୍କାର ପ୍ରଦାନ ଉତ୍ସବରେ ବିଶିଷ୍ଟ ହିନ୍ଦୀ ଲେଖକ ଗୋବିନ୍ଦ ମିଶ୍ର ମୁଖ୍ୟ ଅତିଥି ଭାରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version