Latest

ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି

Posted on

ଭୁବନେଶ୍ୱର: (ଓଡ଼ିଶା ୱେୟାର) : ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ ଓ ଏଥିପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲ୍‌ ଚାଲିବ।
ସେହିପରି ଏପ୍ରିଲ ୨୦ ସୁଦ୍ଧା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ସରିବ। ଏପ୍ରିଲ ୨୦ରୁ ଏପ୍ରିଲ ୩୦ ମଧ୍ୟରେ ନୂଆ ଆଡମିଶନ ଏବଂ ରି- ଆଡମିଶନ ପ୍ରକ୍ରିୟା ଶେଷ ହେବ। BSEର ନୂଆ ନିୟମ ଅନୁସାରେ, ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ନବମ ଶ୍ରେଣୀ ଛାତ୍ରଛାତ୍ରୀ କିନ୍ତୁ ସମେଟିଭ୍ ଆସେସମେଣ୍ଟ ଟୁ ପରୀକ୍ଷା ଦେବେ।
ଅନ୍ୟପକ୍ଷେ, ଆସନ୍ତା ମେ’ ୧୦ ତାରିଖ ସୁଦ୍ଧା ନବମ ଶ୍ରେଣୀ ପିଲାଙ୍କ ଦଶମ ଶ୍ରେଣୀ ପାଇଁ ପ୍ରମୋସନ ପ୍ରକ୍ରିୟା ସରିବ। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସକାଳୁଆ ସ୍କୁଲ ଜାରି ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ରହିବ ବୋଲି କୁହାଯାଇଛି।
ସୂଚନାଥାଉ କି, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍‌ ଆରମ୍ଭ କରାଯାଇଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ୍‌ ଓ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ଚାଲିଛି।
ଗତ କିଛି ଦିନ ହେଲାଣି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି।

ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ
ଏଣିକି ୧୦୦% ସିଲାବସ୍‌ରେ ହେବ ପାଠପଢ଼ା। ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଶତ ପ୍ରତିଶତ କୋର୍ସରେ ପାଠପଢ଼ା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦% ସିଲାବସ୍ କଟା ଯାଇଥିଲା। ମହାମାରୀ ପ୍ରଭାବ ନଥିବାରୁ ପୂର୍ବ ଭଳି ପରୀକ୍ଷା କରିବାକୁ CBSE ନିଷ୍ପତ୍ତି ନେଇଛି। ଆମେ ମଧ୍ୟ ଏ ବିଷୟ ନେଇ ଚିନ୍ତା କରୁଛୁ। ନବମ ଓ ଦଶମରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଇଛି।
ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ ଓ ଏଥିପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲ୍‌ ଚାଲିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version