Latest

ଶ୍ରୀମନ୍ଦିରକୁ ମିଳିଲା ନୂଆ ପ୍ରଶାସକ, ଦାୟିତ୍ବ ଗ୍ରହଣ କଲେ ବୀର ବିକ୍ରମ ଯାଦବ

Posted on

ପୁରୀ (ଓଡ଼ିଶା ୱେୟାର) : ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଯାଦବ ପ୍ରଥମେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିରର ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଥିଲେ। ପରେ ସେ ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ବୀର ବିକ୍ରମ ଯାଦବଙ୍କ ପୂର୍ବରୁ କ୍ରିଷନ କୁମାର ଶ୍ରୀମନ୍ଦିରର ମୁଖ୍ୟ ଶାସକ ଥିଲେ। କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ରାଜ୍ୟ ସରକାର ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦେଇଛନ୍ତି। ରାଜ୍ୟ ସରକାର ଗତ ଶନିବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୬ ବ୍ୟାଚର ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ପୁର୍ତ୍ତ ବିଭାଗ ପ୍ରମୁଖ ସଚିବ ସହ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏଥି ସହିତ ଶ୍ରୀ ଯାଦବଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିସନର ରୂପେ ଅତିରିକ୍ତ ଦାୟିତ୍ବ ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version