Latest

ସୌମ୍ୟରଞ୍ଜନ ପତ୍ନୀ କହିଲେ ସ୍ବାମୀଙ୍କର ଥିଲା ଅନ୍ୟ ଝିଅ ସହ ସମ୍ପର୍କ

Posted on

ଭୁବନେଶ୍ୱର ,(ଓଡ଼ିଶା ୱେୟାର):ପାରଳାଖେମୁଣ୍ଡି ଇଉୠ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ। ସ୍ୱାମୀଙ୍କ ନାଁରେ ପତ୍ନୀ ବିଦ୍ୟାଭାରତୀ ଆଣିଲେ ଚାଞ୍ଚଲ୍ୟକର ବୟାନ୍। ସୌମ୍ୟରଞ୍ଜନଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା ସେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ସୌମ୍ୟଙ୍କ ପରିବାର ପକ୍ଷରୁ ଅଣାଯାଇଥିବା ସମସ୍ୟ ଅଭିଯଗକୁ ଖଣ୍ଡନ କରିଛନ୍ତି ବିଦ୍ୟାଭାରତୀ। ଏପଟେ ମୟୁରଭଞ୍ଜ କପ୍ତିପଦାରେ ପାରଳାଖେମୁଣ୍ଡି ପୋଲିସର ୬ଜଣିଆ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି। ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିଛି । ବିଦ୍ୟାଭାରତୀ ଓ ସୌମ୍ୟଙ୍କ ମୋବାଇଲ୍ ଫୋନ୍ ସିଜ୍ ହୋଇଛି । ଆଜି ତାଙ୍କ ବାପା, ମାଆ ଓ ପରିବାର ଲୋକଙ୍କୁ ପଚରାଉଚରା କରାଯିବ । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୮ ଦିନ ହେଲାଣି । ପୋଲିସ ତଦନ୍ତ ଯେତିକି ଆଗଉଛି ରହସ୍ୟ ସେତିକି ବଢୁଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସମସ୍ତ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରୁଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version