Latest

ଏଣିକି ପ୍ରଥମ ଶ୍ରେଣୀରୁ ସ୍ପୋକେନ୍ ଇଲିଂଶ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକରେ ଏଣିକି ପ୍ରଥମ ଶ୍ରେଣୀରୁ ସ୍ପୋକେନ୍ ଇଲିଂଶ ଶିକ୍ଷା ଦିଆଯିବ। ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ବର ସିଡିଂକୁ ସୁନିଶ୍ଚିତ କରାଯିବ। ପ୍ରାଥମିକ ସ୍କୁଲରୁ ଆରମ୍ଭ କରି ମାଧ୍ୟମିକ ସ୍କୁଲ ପର୍ଯ୍ୟନ୍ତ ଆବଶ୍ୟକତା ଭିତ୍ତିରେ ଶିକ୍ଷକମାନଙ୍କୁ ମୁତୟନ କରାଯିବ। ଏହାସହିତ ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Posted on

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଯେଉଁ ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ ସେଠାରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ ସେକ୍ସନ ଖୋଲାଯିବ। ଏହି ସ୍କୁଲଗୁଡ଼ିକର ଭିତ୍ତିଭୂମି ଆବଶ୍ୟକତା ପୂରଣ ପାଇଁ ୨୫ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଏସବୁ ବ୍ୟତୀତ ସରକାରୀ ସ୍କୁଲଗୁଡ଼ିକରେ ଗୁଣାତ୍ମକ ମାନର ଶିକ୍ଷାଦାନକୁ ସୁନିଶ୍ଚିତ କରିବା ନିମନ୍ତେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସରକାରୀ ସ୍କୁଲରେ ମିଶାଇ ଦେବା, ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ହାଇସ୍କୁଲ ଗୁଡ଼ିକୁ ଯଥାକ୍ରମେ ୧କିମି,୨କିମି,୩କିମି ପରିସର ମଧ୍ୟରେ ଥିବା ସରକାରୀ ସ୍କୁଲରେ ମିଶାଇ ଦିଆଯିବ। ଏହାଦ୍ୱାରା ଶିକ୍ଷକ ଅଭାବଜନିତ ସମସ୍ୟା ରହିବ ନାହିଁ କିମ୍ବା ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିବ ନାହିଁ। ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲାମାନଙ୍କୁ ଆରଟିଇ ଆକ୍ଟ ଅନୁସାରେ ଏସ୍କର୍ଟ ଆଲାଉନ୍ସ ଦିଆଯିବ। ସେହିପରି ସ୍ଥାନାନ୍ତର ଭତ୍ତା ବାବଦରେ ସର୍ବାଧିକ ୫ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସରକାରୀ ସ୍କୁଲ ନିକଟରେ ଥିବା ବ୍ଲକଗ୍ରାଣ୍ଟ, ଅନୁଦାନପ୍ରାପ୍ତ,ନୂତନ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ମିଶାଇ ଦିଆଯିବା ସହ ଚାଲୁନଥିବା ବ୍ଲକଗ୍ରାଣ୍ଟ ସ୍କୁଲଗୁଡ଼ିକୁ ବନ୍ଦ କରିଦେବା ଏବଂ ଆବଶ୍ୟକତା ଭିତ୍ତିରେ ବ୍ଲକଗ୍ରାଣ୍ଟ ଓ ସରକାରୀ ଶିକ୍ଷକଙ୍କୁ ଡେପୁଟେସନ ଭିତ୍ତିରେ ମୁତୟନ କରିବା ପାଇଁ ନୀତି ପ୍ରଣୟନ କରାଯିବ।
ଏସବୁ ବ୍ୟତୀତ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଅଭିଭାବକମାନଙ୍କର ଫୋନ୍ ନମ୍ବରକୁ ଡିଜିଟାଇଜଡ୍ କରାଯିବ। ଛାତ୍ରଛାତ୍ରୀମାନେ ଯେପରି ତାଙ୍କର ସବୁ ସାର୍ଟିଫିକେଟ୍ ଅନଲାଇନରେ ପାଇପାରିବେ ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version