ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟା ୬ଟା ୧୫ମିନିଟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବାରୁ କ୍ୟାବିନେଟ ବୈଠକରେ କେତେକ ବିଲ୍ ଆସିବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି ଜଣାପଡ଼ିଛି । ବିଶେଷକରି ଚଳିତମାସରେ ୬୫ଟି ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଥିବାରୁ ସେଗୁଡ଼ିକର ଅବଧିକୁ ଆଉ ୬ମାସ ବୃଦ୍ଧି ସଂକ୍ରାନ୍ତ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁର କରିପାରେ। ଏହି ବୈଠକରେ ୪ ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ରହିଛି।
ବିଜେଡି ବିଧାୟକ ଦଳ ବୈଠକ ସୋମବାର ଅପରାହ୍ନ ୫ଟା ୪୫ ମିନିଟରେ ହେବାର ଥିବାରୁ ଏହାର ଠିକ୍ ପରେ କ୍ୟାବିନେଟ ବୈଠକ ବସିବ। ତେବେ କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଏଜେଣ୍ଡା ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି।
ନୂଆବର୍ଷରୁ ଚାଷୀ ପଞ୍ଜିକରଣ: ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ ସରକାରଙ୍କ ପାଖରେ ରହିବ । ଏଥିପାଇଁ ସମସ୍ତ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି...