Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଅଣଦେଖା, କାର୍ଯ୍ୟାନୁଷ୍ଠାନ ଭୟରେ ତାଳିପକା ଉଦ୍ୟମ

ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖେଇ ଆସୁଛି, ଆତ୍ମଘୋଷିତ ପ୍ରଭାବଶାଳୀ ନେତାଙ୍କ ତୁଣ୍ଡ ସେତିକି ହୁଡିଵାରେ ଲାଗିଛି। ନିଜର ପ୍ରଚାର ନିଶାରେ ବିଜେଡିର ଦୁଇ ଜଣ ନେତା ଏବେ ଦଳୀୟ ଶୃଙ୍ଖଳାକୁ ମଧ୍ୟ ସାମାନ୍ୟ ଖାତିର କରିନାହାନ୍ତି। ନେତାଙ୍କ ଏଭଳି ଆଚରଣ ନିର୍ବାଚନ ଋତୁରେ ଦଳର ଅନ୍ୟ ନେତାମାନଙ୍କୁ ନିଜସ୍ଵ ପ୍ରଚାର ପାଇଁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ଚର୍ଚ୍ଚା। ତେବେ ବିଜେଡି ସୁପ୍ରିମୋଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ତାଳିପକା ଉଦ୍ୟମ ହୋଇଛି ।

ବିଜେଡି ସାଂସଦ କଳିକେଶ ସିଂହଦେଓ ଶୁକ୍ରବାର ରାଜ୍ୟର ଏକ ପ୍ରମୁଖ ଟିଭି ଚ୍ୟାନେଲରେ ବିତର୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ନବନିର୍ମିତ ବଲାଙ୍ଗୀର ମେଡିକାଲ କଲେଜ ସ୍ଥାପନାକୁ ନେଇ ପ୍ରମୁଖ ଦଳ ଭିତରେ ଚାଲିଥିବା ଶ୍ରେୟ ହାସଲର ଲଢେଇ ସମ୍ପର୍କିତ ବିତର୍କରେ ବିଜେଡି ସାଂସଦ ଶ୍ରୀ ସିଂହଦେଓ ନିଜ ଦଳ ସମର୍ଥନରେ ପାଇଁ ଯୁକ୍ତି ବାଢ଼ିବା ପରିବର୍ତ୍ତେ ୟୁପିଏ-ଏନଡିଏ କଥା କହି ସମସ୍ତ ଦଳର ସମ୍ମିଳିତ ପ୍ରୟାସ ବୋଲି କହିବାକୁ ପଛାଇ ନଥିଲେ। ଏପରିକି ଉଭୟ କଂଗ୍ରେସ ଓ ବିଜେପି ଫାଇଦା ନେବାକୁ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ବେଳେ ବିଜେଡି ଚୁପ୍ ରହିଥିଲା।

ତେବେ ପ୍ରଶ୍ନ ଉଠୁଛି , ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଏହି ନିର୍ଦ୍ଧିଷ୍ଟ ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ କରାଯିବ ବୋଲିି ଘୋଷଣା କରିବା ସତ୍ତ୍ୱେ ଶ୍ରୀ ସିଂହଦେଓ କିଭଳି ସମ୍ପୃକ୍ତ ଚ୍ୟାନେଲର ବିତର୍କରେ ସାମିଲ ହେଲେ ତାକୁ ନେଇ ପ୍ରଶ୍ନ।

ସାଂସଦ ଶ୍ରୀ ସିଂହଦେଓ ଏହି ବିତର୍କରେ ସାମିଲ ହୋଇ ପରୋକ୍ଷରେ ଦଳୀୟ ସୁପ୍ରିମୋଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ପ୍ରୟାସ କରିଛନ୍ତି। ଦଳ ପକ୍ଷରୁ ଲିଖିତ ନିର୍ଦ୍ଦେଶ ନଥିବାର ଆଳ ଦେଖାଇ ଶ୍ରୀ ସିଂହଦେଓ ହୁଏତ ଖସି ଯାଇପାରନ୍ତି, କିନ୍ତୁ ଦଳର ନେତାମାନଙ୍କୁ ଶୃଙ୍ଖଳିତ କରିବାକୁ ଯେଉଁ ଗାଇଡ ଲାଇନ ପ୍ରସ୍ତୁତ ହୋଇଥିଲା ତାକୁ ଜାଣିଶୁଣି ସେ ଅଣଦେଖା କରିଛନ୍ତି। କୁହାଯାଉଛି, ନିଜ ଜେଜେ ଆର୍ ଏନ୍ ସିଂହଦେଓଙ୍କ ନାଁ ରେ ମେଡିକାଲ କଲେଜ କରିବା ପାଇଁ ତାଙ୍କ ଉଦ୍ୟମରେ ବଲାଙ୍ଗୀର ପୈାର ପରିଷଦ ଗତବର୍ଷ ଯେଉଁ ପ୍ରସ୍ତାବ ଗୃହୀତ କରିଥିଲା ତାକୁ ସରକାର ଅଣଦେଖା କରି ପଶ୍ଚିମ ଓଡ଼ିଶାର ବରପୁତ୍ର ସନ୍ଥ ଭୀମ ଭୋଇଙ୍କ ନାମରେ ମେଡିକାଲ କଲେଜକୁ ନାମିତ କରାଯାଇଥିବାରୁ ସିଂହଦେଓ ପରିବାର ଏଭଳି ବିଦ୍ରୋହ ଆଭିମୁଖ୍ୟ ଗ୍ରହଣ କରୁଥିବା ଚର୍ଚ୍ଚା।
ସିଂହଦେଓ ପରିବାରର ଏଭଳି ଆଚରଣ, କର୍ମୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ ଓ ବିଜେଡି ସୁପ୍ରିମୋଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ଏୟୁ ସିଂହଦେଓ ତାଳିପକା ଉଦ୍ୟମ କରିଛନ୍ତି। ପ୍ରଥମ ଥର ପାଇଁ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଡାକି ରାତ୍ରି ଭୋଜନ ପରିବେଷଣ ସହ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେବାକୁ ଉଦ୍ୟମ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଦଳୀୟ ନିର୍ଦ୍ଦେଶକୁ ଅବମାନନା କରି ସେହି ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏବେ କଳିକେଶ ସେପରି କରିଥିବା ବେଳେ ସେମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦଳର ଅନ୍ୟ ନେତାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ, ତାହେଲେ ଅନ୍ୟ ନେତାମାନେ ଚ୍ୟାନେଲ କାର୍ଯ୍ୟକ୍ରମରେ ସାମିଲ ହେବାରେ ଆପତ୍ତି କାହିଁକି ବୋଲି ଏବେ ଦଳ ଭିତରେ ସ୍ବର ଶାଣିତ ହେବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top