ରାଜ୍ୟ

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

Posted on

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୧୫ମିନିଟରେ ଅନୁଷ୍ଠିତ ହେବ ।

ସେଠାରେ ମୋଟ ୭ଟି ଏଜେଣ୍ଡା ଉପରେ ବିଚାରବିମର୍ଶ କରାଯିବ ବୋଲି ଜଣାପଡିଛି । ରାଜ୍ୟରେ ବିଧାନ ପରିଷଦ ଗଠନ ନିମନ୍ତେ ବିଧାନସଭାରେ ଆଗତ ହେବାକୁ ଥିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେବାର ସମ୍ଭାବନା ରହିଛି । ଏହାବ୍ୟତୀତ ଉଚ୍ଚଶିକ୍ଷା , ଅବକାରୀ , ଆଇନ, ନଗର ଉନ୍ନୟନ ବିଭାଗ, ଆଇନ ବିଭାଗର ଏଜେଣ୍ଡା ଉପରେ ମଧ୍ୟ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version