ରାଜ୍ୟ

ରାଜ୍ୟ କର୍ମଚାରୀଙ୍କୁ ୨ ପ୍ରତିଶତ ଡିଏ

Posted on

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ରାଜ୍ୟ ସରକାର ଦଶହରା ଭେଟି ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ପ୍ରତିଶତ ମହଙ୍ଗା ଭତା ଓ ଟିଆଇ ମଞ୍ଜୁର କରିଛନ୍ତି । ଏହି ବର୍ଦ୍ଧିତ ୨ପ୍ରତିଶତ ମହଙ୍ଗା ଭତା ପିଛିଲା ଭାବେ ୨୦୧୮ ଜୁଲାଇ ୧ ତାରିଖରୁ ମିଳିବ।ରାଜ୍ୟର ପ୍ରାୟ ୪ଲକ୍ଷ ସରକାରୀ କର୍ମଚାରୀ ଓ ସାଢ଼େ ୩ଲକ୍ଷ ପେନସନଭୋଗୀ ଉପକୃତ ହେବେ।ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ଏହି ବର୍ଦ୍ଧିତ ମହଙ୍ଗା ଭତା ଦ୍ୱାରା ଉପକୃତ ହେବେ ।
ସୂଚନାଯୋଗ୍ୟ ରାଜ୍ୟ କର୍ମଚାରୀମାନେ ଏବେ ୭ ପ୍ରତିଶତ ମହଙ୍ଗାଭତା ପାଉଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version