Latest

ରାଜ୍ୟ କର୍ମଚାରୀଙ୍କୁ ମିଳିବ ୫% ଡିଏ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ କର୍ମଚାରୀଙ୍କୁ ଅତିରିକ୍ତ ୫% ପ୍ରତିଶତ ମହଙ୍ଗା ଭତ୍ତା ମିଳିବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଫେବୃୟାରୀ ମାସର ଦରମା ସହ ମିଳିବ। ଏନେଇ ଆଜି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ କର୍ମଚାରୀଙ୍କୁ ଅତିରିକ୍ତ ୫% ପ୍ରତିଶତ ମହଙ୍ଗା ଭତ୍ତା ମିଳିବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଫେବୃୟାରୀ ମାସର ଦରମା ସହ ମିଳିବ। ଏନେଇ ଆଜି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାକୁ ୧୨ରୁ ୧୭ ପ୍ରତିଶତକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୦ ମସିହା ଜାନୁୟାରୀ ୧ରୁ ଲାଗୁ ହେବ। ଜାନୁୟାରୀ ଓ ଫେବୃୟାରୀ ଦୁଇମାସର ବକେୟା ବର୍ଦ୍ଧିତ ମହଙ୍ଗା ଭତ୍ତାକୁ କର୍ମଚାରୀମାନେ ମାର୍ଚ୍ଚ ମାସ ପାଇବାକୁ ଥିବା ଦରମାରେ ପାଇବେ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଯୋଗୁ ରାଜ୍ୟର ପ୍ରାୟ ସାଢ଼େ ୩ଲକ୍ଷ ନିୟମିତ କର୍ମଚାରୀ ଉପକୃତ ହେବେ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଗତକାଲି ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ସପ୍ତମ ବେତନ କମିଶନ ବକେୟା ଦରମାର ୧୦ପ୍ରତିଶତ ଦେବାକୁ ଘୋଷଣା କରିଥିଲେ। ସପ୍ତମ ବେତନ କମିଶନ ୨୦୧୬ ଜାନୁୟାରୀ ୧ରୁ ଲାଗୁ ହୋଇଥିବାବେଳେ ତାହା ୨୦୧୭ ଅଗଷ୍ଟ ୩୧ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ତେବେ ୨୦୧୬ ଜାନୁୟାରୀରୁ ୨୦୧୭ ଅଗଷ୍ଟ ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମାର ୪୦ପ୍ରତିଶତ ଅର୍ଥ କର୍ମଚାରୀମାନଙ୍କୁ ଦିଆଯାଇଥିବାବେଳେ ୬୦ପ୍ରତିଶତ ଅର୍ଥ ବାକି ଥିଲା। ଏଥିରୁ ମାତ୍ର ୧୦ପ୍ରତିଶତ ବକେୟା ଅର୍ଥ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ଅସନ୍ତୋଷକୁ ପ୍ରଶମିତ କରିବା ନିମନ୍ତେ ସରକାର ଆଜି ତରବରିଆ ଭାବେ ୫ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version