ରାଜ୍ୟ

ବାଗଚୀଙ୍କୁ କ୍ୟାବିନେଟ୍ ଓ ବିଜୟଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରତିଷ୍ଠିତ ଆଇଟି ଫାର୍ମ ମାଇଣ୍ଡ-ଟ୍ରି ସହପ୍ରତିଷ୍ଠାତା ସୁବ୍ରତୋ ବାଗଚୀଙ୍କୁ ପୁଣିଥରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ମଧ୍ୟ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଶ୍ରୀ ବାଗଚୀଙ୍କୁ ୨୦୧୬ ମେ’ ୧ ତାରିଖରେ ନିଯୁକ୍ତି ମିଳିଥିଲା। ଇତିମଧ୍ୟରେ ଶ୍ରୀ ବାଗଚୀ ମାଇଣ୍ଡଟ୍ରି ର ପରିଚାଳନା ବୋର୍ଡରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ସେହିପରି ଶିକ୍ଷାବିତ୍ ବିଜୟ ସାହୁଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି। ଶ୍ରୀ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version