ରାଜ୍ୟ

୫ରେ ଆସିବ ରାଜ୍ୟ ଅତିରିକ୍ତ ବଜେଟ୍

Posted on

ଭୁବନେଶ୍ଵର:ଆସନ୍ତାକାଲି ମଙ୍ଗଳବାରଠାରୁ ଵିଧାନସଭାର ମୈାସୁମୀ ଅଧିବେଶନ ଆରମ୍ଭ ହେବ।
ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ଉପରେ ସଂକ୍ଷିପ୍ତ ଆଲୋଚନା ପରେ ଗୃହ ବୁଧବାର ସକାଳ ସାଢେ଼ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରହିବ।
୫ତାରିଖରେ ଗୃହରେ ୨୦୧୮-୧୮ ଆର୍ଥିକ ବର୍ଷରେ ପ୍ରାୟ ୧୨୮୦୦କୋଟି ଟଙ୍କାର ବଜେଟ୍ ଆଗତ ହେବ। ପୂର୍ବରୁ ଏହି ବଜେଟ ୪ତାରିଖରେ ଆଗତ ହେବାର କାର୍ଯ୍ୟକ୍ରମ ଥିଲା। ୬ତାରିଖରେ ନୂଆ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବ ଆଗତ ହେବ।
ବିଧାନସଭା ଅଧିବେଶନ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଥିବାରୁ ଚଳିତ ଅଧିବେଶନ ନବୀନ ପଟ୍ଟନାୟକ ସରକାରଙ୍କ ଚତୁର୍ଥ ପାଳିର ଶେଷ ଅଧିବେଶନ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version