Latest

ସୁରଥ ବିଶ୍ୱାଳ ଓବିସି ମୋର୍ଚ୍ଚା ଓ ନିତ୍ୟାନନ୍ଦ ଗଣ୍ଡ ଜନଜାତି ମୋର୍ଚ୍ଚା ସଭାପତି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଦୀର୍ଘଦିନ ଧରି ଖାଲି ପଡ଼ିଥିବା ରାଜ୍ୟ ବିଜେପିର ଦୁଇଟି ମୋର୍ଚ୍ଚାର ସଭାପତିଙ୍କ ନାଁ ଆଜି ଘୋଷଣା ହୋଇଛି। କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ବି ରାଜ୍ୟ ବିଜେପି ତା’ର ସଂଗଠନକୁ ସକ୍ରିୟ କରିବାକୁ ପଦକ୍ଷେପ ନେଇଛି। ରାଜ୍ୟ କାର୍ଯ୍ୟକାରିଣୀ ନେତା ସୁରଥ ବିଶ୍ୱାଳଙ୍କୁ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଏବଂ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ମନୋନୀତ କରାଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ବିଜେପି ତା’ର ସମସ୍ତ ଛାମୁଆ ସଂଗଠନ ମୁଖିଆଙ୍କ ନାଁ ଘୋଷଣା କରିଥିବାବେଳେ ଏହି ଦୁଇଟି ମୋର୍ଚ୍ଚାରେ କାହାରିକୁ ନିଯୁକ୍ତି ମିଳିନଥିଲା। ରାଜ୍ୟରେ ଓବିସି ସର୍ଭେ ଆଗକୁ ହେବାକୁ ଥିବାବେଳେ ଦଳ ଏବେ ସେହି ମୋର୍ଚ୍ଚାରେ ନିଜର ଜଣେ ଆଗଧାଡ଼ିର ନେତାଙ୍କୁ ଅବସ୍ଥାପିତ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version