Latest

ଜିନ୍ଦଲ ପ୍ରକଳ୍ପକୁ ନେଇ ଢିଙ୍କିଆରେ ଉତ୍ତେଜନା

Posted on

ଜଗତସିଂହପୁର(ଓଡ଼ିଶା ୱେୟାର): ପାରାଦୀପରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଢିଙ୍କିଆରେ ଉତ୍ତେଜନା ପାନବରଜ ଭଙ୍ଗା ବେଳେ ଗ୍ରାମବାସୀ-ପୋଲିସ ମୁହାଁମୁହିଁ । ଗ୍ରାମବାସୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସର ଲାଠିମାଡ଼ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ପାନବରଜ ଭଙ୍ଗା ଯାଉଥିବା ଖବର ମିଳିବା ପରେ ଶତାଧିକ ଲୋକ ପାନବରଜ ଆଡ଼କୁ ମୁହାଁଇଥିଲେ ତେବେ ଗାଁ ମୁଣ୍ଡରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହାକୁ ନେଇ ପୋଲିସକୁ ବିରୋଧ କରିଥିଲେ । ଗ୍ରାମବାସୀ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରିସ୍ଥିତି ଅସମ୍ଭାଳ ହେବା ପରେ ପୋଲିସ ଗ୍ରାମବାସୀଙ୍କୁ ଗୋଡାଇ ଗୋଡ଼ାଇ ଲାଠିଚାର୍ଜ କରିଥିଲା । ମହିଳା ମଧ୍ୟ ଏଥିରୁ ବାଦ ପଡ଼ିନଥିଲେ । ଏପରିକି ଘରେ ପଶି ଲୋକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି ଲାଠିମାଡ଼ରେ ଅନେକ ଗ୍ରାମବାସୀ ଆହତ ହୋଇଛନ୍ତି ଭୟରେ ଢିଙ୍କିଆ ଗାଁ ଏବେ ପୁରୁଷଶୂନ୍ଯ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version