Latest

ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଦଳର ଘୋଷିତ

Posted on

ନୂଆଦିଲ୍ଲୀ: ତାଲିବାନ ଶାସନରେ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଦଳର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ନେବେ ଦୁନିଆର ନମ୍ବର-୧ ଟି-୨୦ ଅଲରାଉଣ୍ଡର ମହମ୍ମଦ ନବି। ଟିମରେ ୧୫ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ ୪ ଜଣ ରିଜର୍ଭ ଖେଳାଳିଙ୍କୁ ସାମିଲ କରାଯାଇଛି। ନବିଙ୍କ ବ୍ୟତୀତ ରାଶିଦ୍ ଖାନ୍ ଓ ମୁଜୀବ ଉର୍-ରେହମାନଙ୍କ ଭଳି ଷ୍ଟାର୍ ସ୍ପିନର ସ୍କ୍ୱାଡରେ ସ୍ଥାନ ହାସଲ କରିଛନ୍ତି।

ଗତମାସରେ ଆଫଗାନିସ୍ତାନର ୧୮ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଥିଲା। ତେବେ ଆଜି ଘୋଷଣା ହୋଇଥିବା ଫାଇନାଲ୍ ସ୍କ୍ୱାଡରୁ ଶରାଫୁଦ୍ଦିନ ଅଶରଫ୍ ଓ ଦୌଲତ ଜର୍ଦ୍ଦାନଙ୍କୁ ବାଦ୍ ଦିଆଯାଇଛି। ଦୁହେଁ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ତେବେ ଶପୁର ଜର୍ଦ୍ଦାନ ଓ କ୍ୱେସ୍ ଅହମ୍ମଦଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱକପ୍ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି।

ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଥିବା ନବି ଏହା ପୂର୍ବରୁ ୨୦୧୩ ଏବଂ ୨୦୧୫ ବିଶ୍ୱକପରେ ଆଫଗାନିସ୍ତାନର ନେତୃତ୍ୱ ନେଇଥିଲେ। ଟିମର କୋଚ୍ ଭାବେ ଲାନ୍ସ କ୍ଲୁଜନର, ପରାମର୍ଶଦାତା ଭାବେ ଆଣ୍ଡି ଫ୍ଲାୱାର ଓ ବୋଲିଂ କୋଚ୍ ଭାବେ ଶନ୍ ଟେଟ୍ ରହିଛନ୍ତି। ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଗ୍ରୁପ୍-୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ କ୍ୱାଲିଫାୟର୍ ଟିମ୍ ସହ ସ୍ଥାନ ପାଇଛି। ଅକ୍ଟୋବର ୨୫ ତାରିଖରେ ଆଫଗାନିସ୍ତାନ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।

ଆଫଗାନିସ୍ତାନ ସ୍କ୍ୱାଡ୍: ମହମ୍ମଦ ନବି (କ୍ୟାପଟେନ୍), ରେହମାନୁଲ୍ଲା ଗୁରବାଜ୍ (ୱିକେଟ୍ କିପର), ହଜରତୁଲ୍ଲା ଜଜଇ, ଉସମାନ ଘନି, ମହମ୍ମଦ ଶେହଜାଦ୍ (ୱିକେଟ କିପର), ହଶ୍‌ମତୁଲ୍ଲା ଶାହିଦି, ଅସଗର ଆଫଗାନ୍, ଗୁଲବଦିନ୍ ନାଏବ, ନଜିବୁଲ୍ଲା ଜର୍ଦ୍ଦାନ, କରିମ୍ ଜନ୍ନତ, ରାଶିଦ୍ ଖାନ୍, ମୁଜୀବ ଉର୍-ରେହମାନ୍, ହମିଦ୍ ହାସନ୍, ଫରୀଦ ଅହମ୍ମଦ, ନଭୀଦ ଉଲ୍-ହକ୍।

ରିଜର୍ଭ ଖେଳାଳି: ଶରାଫୁଦ୍ଦିନ ଅଶରଫ୍, ସାମିଉଲ୍ଲା ଶିନୱାରୀ, ଦୌଲତ ଜର୍ଦ୍ଦାନ୍, ଫଜଲହକ୍ ଫାରୁକୀ।

Leave a Reply

Your email address will not be published. Required fields are marked *

Most Popular

Exit mobile version