Latest

ନୂତନ କୃଷି ଆଇନ ସଂସଦରେ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ହଟିବ ନାହିଁ: ଟିକାୟତ

Posted on

ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି ଯେ କୃଷକଙ୍କ ବିରୋଧ ତୁରନ୍ତ ବନ୍ଦ ହେବ ନାହିଁ କିନ୍ତୁ ସଂସଦରେ କୃଷି ଆଇନ ରଦ୍ଦ ହେବା ପରେ ହିଁ ଏହା ଶେଷ ହେବ। ସୂଚନାଯୋଗ୍ୟ ଯେ ଏକ ବର୍ଷରୁ ଅଧିକ ସମୟ ଧରି ବିବାଦ ଲାଗି ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନିଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି ଏବଂ ସଂସଦର ଆଗାମୀ ଅଧିବେଶନରେ ଏଥିପାଇଁ ଏକ ବିଲ୍ ଆଣାଯିବ ବୋଲି କହିଛନ୍ତି। ଗୁରୁ ନାନକ ଜୟନ୍ତୀ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବିଷୟରେ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version