Latest

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଚାଲି ପାରିଲାନି ବିଧାନସଭା

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର) : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଚାଲି ପାରିଲାନି ବିଧାନସଭା । ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ଦଳ ହଟ୍ଟଗୋଳ କରିଥିଲେ । ଘଣ୍ଟ ବଜାଇବା ସହ ପ୍ଲାକାର୍ଡ ଦେଖାଇ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପ୍ରତିବାଦ କରିଥିଲେ ।

ବିଜେପି କର୍ମୀଙ୍କୁ ପୁଲିସ୍‌ ମାଡ ମାରିଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ମାନେ ପ୍ଲାକାର୍ଡ ଦେଖାଇଥିଲେ । ଏଥିଯୋଗୁଁ ପ୍ରଥମେ ଦିନ ୧୧ଟା ୩୦ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ବିରୋଧୀ ଦଳ ସଦସ୍ୟମାନେ ଘଣ୍ଟ ବଜାଇଥିଲେ। ଏଥିସହ ବାଚସ୍ପତିଙ୍କ ଉପରକୁ ବ୍ୟାନର ଫୋପାଡ଼ିଥିଲେ। ଏଥିଯୋଗୁଁ ୩୦ ମିନିଟ୍ ପାଇଁ ଗୃହକୁ ମୁଲତବି କରାଯାଇଥିଲା।ଏହାପରେ ମଧ୍ୟାହ୍ନରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲେ ହେଁ, ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଏହାପରେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।

ବିଜେପି ବିଧାୟକ ମୋହନ ମାଝି କହିଛନ୍ତି, ଭାରତୀୟ ଜନତା ପାର୍ଟି କେବେ ହିଂସା ରାଜନୀତି କରେ ନାହିଁ। ବିଜେଡି ଏପରି କାମ କରେ। ବିଜେପି କର୍ମୀଙ୍କ ଉପରେ ପଥର ପକାଇ ତାଙ୍କୁ ଗୁରୁତର କରିଛନ୍ତି। ପୁଲିସ୍‌ର ବର୍ବୋଚିତ କାଣ୍ଡ, ଗୁଣ୍ଡାଗର୍ଦ୍ଦି ଓ ଆକ୍ରମଣ ଯୋଗୁ ଶତାଧିକ ଯୁବକ ଗୁରୁତର ହୋଇଛନ୍ତି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ମୁଖ୍ୟମନ୍ତ୍ରୀ ଦୁନିଆ ବୁଲିବେ, ହେଲେ ବିଧାନସଭା ଆସିବେ ନାହିଁ। ଏପରି ଶାସନ ବେଶି ଦିନ ଚାଲିବ ନାହିଁ।

ସରକାର କୁମ୍ଭକର୍ଣ୍ଣ ନିନ୍ଦାରେ ଶୋଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏ ସରକାର ଚେଲାଚାମୁଣ୍ଡାଙ୍କ ସରକାର। ସେମାନେ ଯାହା କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାହାକୁ ମାନୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା।

Leave a Reply

Your email address will not be published. Required fields are marked *

Most Popular

Exit mobile version