Latest

ଭାଇ ପ୍ରେମ କରି ନେଇଗଲା , ଭଉଣୀ ବଳି ପଡ଼ିଲା

Posted on

ରେଢ଼ାଖୋଲ,(ଓଡ଼ିଶା ଓ୍ବେୟାର) :ଭାଇ ପ୍ରେମ କରି ପଡ଼ୋଶୀ ଘରର ଝିଅକୁ ନେଇଗଲେ ବୋଲି ବଳି ପଡ଼ିଗଲା ବିଧବା ଭଉଣୀ! ତାଙ୍କୁ ଘରୁ ଟାଣି ଆଣି ଅଭି ବୀଭତ୍ସଭାବେ ଦାଣ୍ଡରେ ପକିନିକିରେ ହାଣିଲେ। ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ। ରବିବାର ବିଳମ୍ୱିତ ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେଥିରେ ତିନି ଜଣ ନାବାଳକ ଅଛନ୍ତି।
ଲଇଣ୍ଡାମାଳ ଗାଁର ବନୀତା ମିର୍ଦ୍ଧା। ଗତବର୍ଷ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଘରେ ରହୁଥିଲେ। କାମଦାମ କରି ଦୁଃଖକଷ୍ଟରେ ଚଳୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଭାଇ ତାଙ୍କ ଘରକୁ ଆସୁଥିଲେ। ଏହାରି ଭିତରେ ସେ (ବନୀତାଙ୍କ ଭାଇ) ପଡ଼ୋଶୀଙ୍କ ଝିଅକୁ ମନ ଦେଇ ବସିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ପ୍ରେବ ବିବାହ କରିଥିଲେ। ଯେଉଁଥିପାଇଁ ଉଭୟ ପରିବାର ଭିତରେ ଶତ୍ରୁତା ଲାଗି ରହିଥିଲା। ମଝିରେ ମଝିରେ କଥା କଥାରେ ପାଟିତୁଣ୍ଡ ହେଉଥିଲା। ବନୀତାଙ୍କୁ ତାଙ୍କ ପଡ଼ୋଶୀ ବିନା କାରଣରେ ଗାଳି ଗୁଲଜ କରନ୍ତି।
ରବିବାର ସନ୍ଧ୍ୟାରେ ସ୍ଥିତି ବିଗିଡ଼ି ଯାଇଥିଲା। ବନୀତାଙ୍କ ସହିତ ତାଙ୍କ ପଡ଼ୋଶୀ ପ୍ରବଳ ପାଟିତୁଣ୍ଡ କରିଥିଲେ। ରାତିରେ ବନୀତା ତାଙ୍କ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ୪ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ତା’ପରେ ତାଙ୍କୁ ଘର ବାହାରକୁ ଉଠାଇ ଆଣିଥିଲେ। ପରେ ବନୀତାଙ୍କ ଘର ସମ୍ମୁଖରେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ପ୍ରଥମେ ବନୀତାଙ୍କୁ ପନିକିରେ ହାଣିଥିଲେ। ତା’ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version