Latest

କାନାଡା ସରକାର ଭାରତକୁ ଆସୁଥିବା ବିମାନ ଉପରେ ଲଗାଇଲା ପ୍ରତିବନ୍ଧକ

Posted on

କାନାଡା : କରୋନା ମହାମାରୀର ଦ୍ବିତୀୟ ଲହର ଏବଂ ଭାଇରସର ଡେଲଟା ଭାରିଅଣ୍ଟର ବଢୁଥିବା ମାମଲା ଦେଖି କାନାଡା ସରକାର ଭାରତକୁ ଆସୁଥିବା ଫ୍ଲାଇଟ ଉପରେ ୩୦ ଦିନ ଯାଏଁ ରୋକ୍ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ୨୧ ଅଗଷ୍ଟ ପର‌୍ୟ୍ୟନ୍ତ ଲାଗୁ କରିଦିଆଯାଇଛି।
ସୂଚନାଯୋଗ୍ୟ, ଗତକିଛି ଦିନ ତଳେ ହେଲଥ କାନାଡା ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ବିଷୟରେ ସୂଚନା ମିଳିଥିଲା। ଏଥିରେ କୁହାଯାଇଥିଲା କି, ପ୍ରତିବନ୍ଧକକୁ ଆଗକୁ ବଢାଇବାର ନିଷ୍ପତ୍ତି ସାର୍ବଜନିକ ସ୍ବାସ୍ଥ୍ୟ ପରାମର୍ଶ ଆଧାରରେ କରାଯାଇଛି। କାନାଡ ତରଫରୁ କୁହାଯାଇଛି କି, ଦେଶରେ କରୋନାର ସ୍ଥିତି ସାମାନ୍ୟ ରହିଛି। ୭ ସେପ୍ଟେମ୍ବରରୁ ନିଜର ସୀମାକୁ ଯାତ୍ରୀଙ୍କ ପାଇଁ ଖୋଲାଯିବ। ସେମାନଙ୍କୁ ଅନୁମତି ମିଳିବ, ଯେଉଁମାନେ ଟିକାକରଣ କରିଥିବେ।
କାନାଡା ଭାରତ ପାଇଁ ପ୍ରଥମ ଥର ୨୨ ଏପ୍ରିଲକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯାହା ପରେ ଦେଶରେ ଦେଖାଦେଇଥିବା ସ୍ଥିତିକୁ ନେଇ ଚତୁର୍ଥ ଥର ଏହାକୁ ବଢାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version