Latest

ପୁଣି ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର) :ପୁଣି ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ । ଫରେଷ୍ଟ ପାର୍କ ଅଞ୍ଚଳର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମ୍‌ସି । ସଂପୃକ୍ତ ଅଞ୍ଚଳରୁ କେହି ଆସିପାରିବେନି ବା ସେଠାକୁ ଯାଇପାରିବେନି ।
ସୂଚନାଯୋଗ୍ୟ, ରାଜ୍ୟରେ ଏକ କରୋନା ତଳମୁହାଁ ଥିଲେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪ ଘଣ୍ଟାରେ ୫୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଅଛି ଶୀତ ଦିନ । ତେଣୁ ଭିଡ଼ ବଢ଼ିବା ଆଶଙ୍କାରେ ଏବେଠୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଲାଣି ବିଏମ୍‌ସି।

Leave a Reply

Your email address will not be published. Required fields are marked *

Most Popular

Exit mobile version