Latest

ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ, ମୃତ୍ୟୁ ସଂଖ୍ୟା ୨୦୦କୁ ଛୁଇଁଲା

Posted on

ନୂଆଦିଲ୍ଳୀ: ଫିଲିପାଇନ୍ସରରେ ପ୍ରକୃତିର ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୫୨ ଜଣ ନିଖୋଜ ଅଛନ୍ତି। ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । କହିବାକୁ ଗଲେ ଫିଲିପାଇନ୍ସରେ ଗୁରୁବାର ଏବଂ ଶୁକ୍ରବାର ଦିନ ଘୂର୍ଣ୍ଣିବଳୟ ଯୋଗୁଁ ପ୍ରବଳ ଧ୍ୱଂସବିଧ୍ୱଂସ ଘଟିଛି। ପ୍ରାୟ ୭୮୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିମଧ୍ୟରୁ ବାତ୍ୟା ଯୋଗୁ ଯୋଗୁ ୩୦୦,୦୦୦ର ଅଧିକ ନିଜ ଘର ଏବଂ ବେଳାଭୂମି ରିସର୍ଟ ଛାଡିଛନ୍ତି। ବାତ୍ୟା ପ୍ରଭାବରେ ଅଧିକାଂଶ ମୃତ୍ୟୁ ମଧ୍ୟ ଭିସାୟ କ୍ଷେତ୍ରରେ (୧୨୮ ଜଣ ମୃତ) ହୋଇଥିବା ବେଳେ ପଶ୍ଚିମ ଭିସାୟ କ୍ଷେତ୍ରରେ ବି ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫିଲିପାଇନ୍ସ ନ୍ୟାସନାଲ ପୋଲିସ୍ (ପିଏନପି) ମୁଖପାତ୍ର କର୍ଣ୍ଣେଲ ରୋଡେରିକ୍ ଅଗଷ୍ଟସ୍ ଅଲବାଙ୍କ ରବିବାର ଏହି ସୂଚନା ଦେଇଛି।

ଏହାପୂର୍ବରୁ ବୋହୋଲ ପ୍ରଦେଶର ରାଜ୍ୟପାଳ ଆର୍ଥର ୟାପ ସୂଚନା ଦେଇଛନ୍ତି ଯେ ଏହା ପ୍ରଭାବରେ ଅନ୍ୟ ୧୦ ଜଣ ନିଖୋଜ ଅଛନ୍ତି ଏବଂ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଖବର ମିଳିଛି । ଅନ୍ୟପଟେ ଯୋଗାଯୋଗ ବିଚ୍ଛିନ୍ନ ହେତୁ ୪୮ ମେୟରଙ୍କ ମଧ୍ୟରୁ କେବଳ ୩୩ ଜଣ ତାଙ୍କ ସହ ଯୋଗାଯୋଗ କରିପାରନ୍ତି । ଭୂସ୍ଖଳନ ଏବଂ ଭୟଙ୍କର ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ଜାଣିବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଫେସବୁକରେ ଏକ ପୋଷ୍ଟରେ ୟାପ ତାଙ୍କ ପ୍ରଦେଶର ମେୟରମାନଙ୍କୁ ରିଲିଫ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକୁ ଜଳ ଏବଂ ଖାଦ୍ୟ ଯୋଗାଣ ପାଇଁ ପ୍ରୟାସ ଜାରି ରଖିବାକୁ ମେୟରମାନଙ୍କୁ କୁହାଯାଇଛି ।

ଉଲ୍ଲେଖନୀୟ କଥା ହେଉଛି, ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟ ଶନିବାର ଦିନ ଏକ ବିମାନ ସର୍ଭେ କରିଥିଲେ ଏବଂ ଦୁଇ ବିଲିଅନ୍ ଅଧିକ ସହାୟତା ପାଇଁ ପ୍ରତିଶୃତି ଦେଇଥିଲେ । ଦକ୍ଷିଣ ଲେଟେ ପ୍ରଦେଶର ମାସିନ ସହରର ଅଧିକାରୀଙ୍କ ସହ ରାଷ୍ଟ୍ରପତି ସାକ୍ଷାତ କରିଥିଲେ। ଅଧିକାରୀଙ୍କ କହିବାନୁସାରେ, ୨୨୭ ସହରରେ ଯୋଗାଯୋଗ ଏବଂ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ଅନେକ ଘର ଉପରେ ବିଦ୍ୟୁତ୍ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨୧ ଟି କ୍ଷେତ୍ରରେ ଏହା ପୁନରୁଦ୍ଧାର କରାଯାଇଛି । ତିନିଟି ଆଞ୍ଚଳିକ ବିମାନବନ୍ଦର ନଷ୍ଟ ହୋଇଥିବା ଅଧିକାରୀ କହିଛନ୍ତି। ଏଥିମଧ୍ୟରୁ ଦୁଇଟି ବନ୍ଦ ଅଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version