Latest

ସୋନୁ ସୁଦଙ୍କ ବିରୋଧରେ ୨୦ କୋଟି ଟଙ୍କା କର ଚୋରି ଅଭିଯୋଗ ଆଣିଲା ବିଭାଗ

Posted on

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଅଭିଯୋଗ କରିଛି । ତେବେ ଏହି ମାମଲାକୁ ନେଇ ଭବିଷ୍ୟତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ସିବିଆଇ ସମେତ ଗୃହ ମନ୍ତ୍ରଣାଳୟର ଏଫସିଆର ଡିଭିଜନର ତଦନ୍ତ ହେବାର ସମ୍ଭାବନା ରହିଛି। ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରେ ଲକ୍ଷ୍ନୌର ଏକ କମ୍ପାନୀ ଉପରେ ହୋଇଥିବା ଚଢାଉ ବିଷୟରେ ମଧ୍ୟ କୁହାଯାଇଛି ଯାହା ଅଭିନେତାଙ୍କ ସହ ଜଡିତ ଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ସୋନୁ ସୁଦଙ୍କ ପକ୍ଷକୁ ଅପେକ୍ଷା କରାଯାଇଛି।

ଆୟକର ବିଭାଗ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ସୋନୁ ସୁଦଙ୍କ ବାସସ୍ଥାନ ସହିତ ଏକାଧିକ ସ୍ଥାନରେ ଟିମ ଚଢାଉ କରିଥିଲା। ବିଭାଗକୁ ସୂଚନା ମିଳିଥିଲା କି ନିଜର ଆୟକୁ ନେଇ ସୋନୁ ଯେଉଁ ତଥ୍ୟ ବିଭାଗକୁ ଦେଇଥିଲେ, ସେଥିରେ ସନ୍ଦେହ ଉପୁଜିଥିଲା। ତେବେ ଏହି ସନ୍ଦେହ ଦୃଢିଭୂତ ହେବା ପରେ ଆୟକର ବିଭାଗ ପକ୍ଷରୁ ସୋନୁଙ୍କ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇଥିଲା। ଚଢାଉ ସମୟରେ ଟିମକୁ ଏଭଳି କିଛି ଦସ୍ତାବିଜ ମିଳିଛି ଯେଉଁଥିରୁ ସୋନୁ କୋଟି କୋଟି ଟଙ୍କାର ଆୟକର ଫାଙ୍କିଥିବା ସ୍ପଷ୍ଟ ହୋଇଛି।

ଆୟକର ବିଭାଗ କହିବା ମୁତାବକ ସୋନୁ ସୁଦଙ୍କୁ ଫିଲ୍ମ ଜଗତରୁ ଯେଉଁ ଅର୍ଥ ସବୁ ମିଳିଥିଲା ସେଥିରୁ ଅଧିକାଂଶ ଅର୍ଥ ନିଜର ଆୟ ଭାବରେ ନ ଦେଖାଇ ଅନସିକ୍ୟୋର୍ଡ ଲୋନ ଭାବରେ ଦେଖାଇଛନ୍ତି। ଆୟକର ବିଭାଗ କହିବା ମୁତାବକ ବର୍ତ୍ତମାନ ସୁଦ୍ଧା ୨୦ଟି ଏଭଳି କମ୍ପାନୀ ସମ୍ପର୍କରେ ସୂଚନା ମିଳିଛି ଯାହା ସମ୍ପର୍କରେ ସୋନୁ ଅନସିକ୍ୟୋର୍ଡ ଲୋନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଯେତେବେଳେ କି ଏହି ରୋଜଗାର ନିଜର ବୋଲି ସେ ସୂଚନା ଦେଇଛନ୍ତି।

ଆୟକର ବିଭାଗ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ସୋନୁ ସୁଦ ନିଜର ଚ୍ୟାରିଟି ଟ୍ରଷ୍ଟ ୨୦୨୦ ମସିହା ଜୁଲାଇ ୨ ତାରିଖରେ ଆରମ୍ଭ କରିଥିଲେ। ଏହି ଟ୍ରଷ୍ଟରେ ୧୮ କୋଟି ୯୪ ଲକ୍ଷ ଟଙ୍କା ଆସିଥିଲା। ଏଥିରେ ଏକ କୋଟି ୯୦ ଲକ୍ଷ ଟଙ୍କା ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିଥିଲେ। ସେହିପରି ୧୭ କୋଟି ଟଙ୍କା ବର୍ତ୍ତମାନ ଟ୍ରଷ୍ଟ ଖାତାରେ ରହିଛି। ଦସ୍ତାବିଜ ଯାଞ୍ଚ ସମୟରେ ଏହି ଟ୍ରଷ୍ଟକୁ ବିଦେଶୀ ପାଣ୍ଠି ମଧ୍ୟ ଆସିଥିବା ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version