Latest

ଚାଷୀଙ୍କ ପାଇଁ ବାହାରିଲା ଜିଲ୍ଲା କଂଗ୍ରେସ

Posted on

ବାଲେଶ୍ୱର, (ଓଡ଼ିଶା ୱେୟାର): ଚାଷୀଙ୍କ ଦାବି ପୂରଣ ପାଇଁ ବାଲେଶ୍ୱରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ‘ଚାଷୀ ହକ ପାଇଁ ହୁଙ୍କାର’ ହୋଇଯାଇଛି। ଏଥିରେ ୬ ଦଫା ଦାବି ନେଇ ଜିଲ୍ଲାର ସମସ୍ତ କୃଷି ସମବାୟ ସମିତି କାର‌୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସ ପ୍ରତିବାଦ କରିଛି। ପରେ ସମବାୟ ସମିତି ସେକ୍ରେଟେରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ।
ରାଜ୍ୟର ଚାଷୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛି। ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ସରକାର ଠିକଣା ସମୟରେ କିଣୁ ନାହାନ୍ତି। ଯେଉଁଥିପାଇଁ କେଉଁଠି ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେଲାଣି ତ ଆଉ କେଉଁ ଟୋକ୍ନ ମିଳୁନଥିବାରୁ ଉଠି ପାରୁନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ରାଜ୍ୟ ସରକାରଙ୍କ ଏପରି ମନୋମୁଖୀ ନୀତି ବିରୋଧରେ ରଣହୁଙ୍କାର ଦେଇଛି କଂଗ୍ରେସ।
ଚାଷୀଙ୍କଠାରୁ ଧାନ କିଣାଯାଉ, କଟନୀ ଛଟ୍ନୀ ବନ୍ଦ କରାଯାଉ, ଟୋକନ୍ ଅବଧିକୁ ବୃଦ୍ଧି କରାଯାଉ, ଅଖାର ଦାମ ଦିଆଯାଉ ଭଳି ଦାବି ପୂରଣ କରିବାକୁ କଂଗ୍ରେସ ଦାବି କରିଛି। ଆଜିର ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା କଂଗ୍ରେସର କର୍ମୀ ଓ ନେତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version