Latest

ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରାଯିବ : ୧୫ ରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନର

Posted on

ଭୁବନେଶ୍ବର, (ଓଡ଼ିଶା ୱେୟାର) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ୧୫ ତାରିଖରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନର । ସକାଳ ସାଢ଼େ ୧୦ଟାରେ ଜିଲ୍ଲାପାଳ, ଏସପି, ଡିସିପି, ଆରଡିସି, ଆଇଜି, ଡିଆଇଡିମାନଙ୍କ ସହ ଭର୍ଚୁଆରେ କଥା ହେବେ ।
ନିର୍ବାଚନ କମିଶନରଙ୍କ ଅଫିସର ସମ୍ମଳନୀ କକ୍ଷରେ ନିର୍ବାଚନ କମିଶନରଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିତି, ଉନ୍ନୟନ କମିଶନର, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ଶୃଙ୍ଖଳିତ ପରିଚାଳନା ଉପରେ ଆଲୋଚନା ହେବ । ସେହିପରି ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା ସହ କୋଭିଡ୍‌ କଟକଣାରେ କିଭଳି ୱନିରାପଦ ନିର୍ବାଚନ ହୋଇପାରିବ ସେନେଇ ବିସ୍ତୃତ ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version