Latest

ପ୍ରଥମ ପରାଜୟ କଲା ଗୁଜରାଟ ଟାଇଟନ୍ସ

Posted on

ମୁମ୍ବାଇ: ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୨୪ ରନ ସ୍କୋରରେ ଶୁବମାନ ଗିଲ(୭)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ସାଇ ସୁଦର୍ଶନ(୧୧)ଙ୍କ ପରେ ମାଥ୍ୟୁ ଓ୍ଵାଦେ(୧୯) ପାଭିଲିୟନ ଫେରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଡେଭିଡ୍ ମିଲର ଚତୁର୍ଥ ଓ୍ଵିକେଟ୍‌ରେ ୪୦ ରନ ଯୋଡି ଦଳୀୟ ସ୍କୋର ୧୦୦ରେ ପହଞ୍ଚାଇଥିଲେ। ମିଲର ୧୨ ରନ କରି ଆଉଟ୍ ହୋଇଥିଲେ। ପାଣ୍ଡ୍ୟା ଏବଂ ଅଭିନବ ମନୋହର ଦ୍ରୁତ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡିଥିଲେ। ମନୋହର ୨ଓ ବଲରୁ ୫ ଚୌକା ଏବଂ ୧ ଛକା ସହ ୩୫ ରନ କରି ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪୨ ବଲରୁ ୪ ଚୌକା ଏବଂ ୧ ଛକା ସହ ୫୦ ରନରେ ଅପରାଜିତ ଥିଲେ। ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୨ ରନ କରି ପାରିଥିଲା।

ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ ଏବଂ ଅଭିଷେକ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ହାଇଦ୍ରାବାଦ ଆଇପିଏଲର ୨୧ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ଚତୁର୍ଥ ମ୍ୟାଚରେ ଗୁଜରାଟର ଏହା ପ୍ରଥମ ପରାଜୟ। ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ଦ୍ଵିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫୦ ଏବଂ ଅଭିନବ ମନୋହରଙ୍କ ୩୫ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ଓ୍ଵିଲିୟମସନଙ୍କ ୫୭ ରନ, ଅଭିଷେକ ଶର୍ମାଙ୍କ ୪୨ ରନ ଏବଂ ନିକୋଲାସ ପୁରନଙ୍କ ଦ୍ରୁତ ୩୪ ରନ ବଳରେ ୧୯.୧ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

୧୬୩ ରନ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ କେନ ଓ୍ଵିଲିୟମସନ ଏବଂ ଅଭିଷେକ ଶର୍ମା। ପ୍ରଥମ ଓ୍ଵିକେଟ୍‌ରେ ୬୪ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ। ଅଭିଷେକ ୪୨ ବଲରୁ ୬ ଚୌକା ଜରିଆରେ ୪୨ ରନ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ(୧୭) ରିଟାୟର୍ଡ ହଟ୍ ହୋଇଥିଲେ। ଓ୍ଵିଲିୟମସନ ଦମଦାର ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସେ ୪୬ ବଲରୁ ୨ ଚୌକା ଏବଂ ୪ ଛକା ସହ ୫୭ ରନ କରି ଆଉଟ୍ ହୋଇଥିଲେ। ନିକୋଲାସ ପୁରନ ଏବଂ ଆଡନ ମାରକ୍ରମ ଦଳକୁ ବିଜୟୀ କରାଇଥିଲେ। ପୁରନ ୧୮ ବଲରୁ ୨ଟି ଲେଖାଏଁ ଛକା ଏବଂ ଚୌକା ସହ ୩୪ ରନ ଏବଂ ମାରକ୍ରମ ୧୨ ରନ କରି ଅପରାଜିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version