Latest

ବନ୍ଧୁକ ମୁନରେ ବ୍ଯବସାୟୀଙ୍କ ଘରୁ ସୁନା ଗହଣା ସହ ନଗଦ ୫ ଲକ୍ଷ ଲୁଟ୍

Posted on

ରାଉଲକେଲା, (ଓଡ଼ିଶା ଓ୍ବେୟାର):: ବନ୍ଧୁକ ମୁନରେ ଲୁଟ୍‌ । ୨୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୫ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାର୍କେଟରେ ଥିବା ଶ୍ରୀବସ୍ତ୍ରମ ଦୋକାନ ମାଲିକ କମଳ ଅଗ୍ରୱାଲଙ୍କ ଘରେ ଲୁଟ୍‌ ହୋଇଛି।
ଗତକାଲି ରାତି ୩ଟାରେ ଘର ପଛପଟ କବାଟ ଭାଙ୍ଗି ଭିତରକୁ ଆସିଥିଲେ ଦୁର୍ବୃତ୍ତ । ପରେ କମଲ ଅଗ୍ରଓ୍ଵାଲ ଓ ତାଙ୍କ ସ୍ତ୍ରୀଙ୍କୁ ଖଟରେ ବାନ୍ଧି ଦେଇଥିଲେ । ବନ୍ଧୁକ ଦେଖାଇ ଲକର୍‌ ଚାବି ନେଇ ସୁନା ଅଳଙ୍କାର ଲୁଟିବା ସହ ୫ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ନେଇଯାଇଛନ୍ତି। ଏହି ଡକାୟତି ଦଳରେ ୭ଜଣ ଥିବା ସୂଚନା ମିଳିଛି। ଘଟଣାର ତଦନ୍ତ କରୁଛି ପୋଲିସ୍।

Leave a Reply

Your email address will not be published. Required fields are marked *

Most Popular

Exit mobile version