Latest
ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ
ଭୁବନେଶ୍ବର, (ଓଡ଼ିଶା ୱେୟାର): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚିହ୍ନ ତେଣୁ ଶେଷ ପର୍ଯ୍ଯାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପହଞ୍ଚଥିବା ସ୍ପଷ୍ଟ ହୋଇଛି । ଓ୍ବାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ଯ ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ଚିହ୍ନ ଓ୍ବାର୍ଡ ମେମ୍ବର ୧୫, ସରପଞ୍ଚ ପାଇଁ ୩୨ ଓ ସମିତି ସଭ୍ଯ ପାଇଁ ୧୯ ସଙ୍କେତ ରହିଛି । ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସେମାନଙ୍କ ଦଳୀୟ ସଙ୍କେତରେ ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢ଼ିବେ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଓଡ଼ିଆ ଆଲଫାବେଟ୍ ଅନୁସାରେ ଚିହ୍ନ ପ୍ରଦାନ କରାଯିବ କରୋନା ନେଇ ରାଜ୍ଯ ସରକାରଙ୍କ ଗାଇଡଲାଇନ୍ ରହିଛି । ନିର୍ବାଚନ ସମୟରେ ରାଜ୍ଯରେ କୋଭିଡ୍ ସ୍ଥିତି ଦେଖି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର କଟକଣା ଜାରି କରାଯିବ ବୋଲି ରାଜ୍ଯ ନିର୍ବାଚନ କମିଶନର ଆଦିତ୍ଯ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।