Latest

ମନରେଗା ଯୋଜନା ଏଠି ବାଟ ବଣା, ମେସିନ କରୁଛି କାର୍ଯ୍ୟ

Posted on

କରଞ୍ଜିଆ(ଓଡ଼ିଶା ଓ୍ବେୟାର):ଯୋଜନା ଏଠି ବାଟ ବଣା ହୋଇଛି। କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି । ଆମେ କହୁଛୁ ଠାକୁରମୁଣ୍ଡା ବନ୍ୟାଞ୍ଚଳରେ କାର୍ଯ୍ୟ ହେଉଥିବା କିଛି ମନରେଗା କାର୍ଯ୍ୟ ସମ୍ପର୍କରେ । ଯେଉଁଠି ଶ୍ରମିକମାନେ କାମ କରି ମାସ ମାସ ଧରି ମଜୁରୀ ପାଉ ନାହାନ୍ତି । ସେଠାରେ ଅତି ଚତୁରତାର ସହିତ ମେସିନ ଯୋଗେ କାର୍ଯ୍ୟ କରୁଛି ବିଭାଗ । ଫଳରେ ମନରେଗା କାମ ଉପରୁ ଶ୍ରମିକଙ୍କର ଆସ୍ଥା ତୁଟିଗଲାଣି
ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠୁ ଆରମ୍ଭ କରି ଗ୍ରାମ ପଞ୍ଚାୟତର ସମସ୍ତ ବିଭାଗ ମନରେଗା ଯୋଜନାରେ କାର୍ଯ୍ୟ କରୁଛନ୍ତି । ହେଲେବନ ବିଭାଗ ମେସିନ ଦ୍ୱାରା କାର୍ଯ୍ୟ କରୁଛି l ଯାହା ଏଠାରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି l ଲୋକେ ଏଠାରେ କାମ କରି ୧୧ ମାସ ହେଲା ମଜୁରୀ ପାଇନାହାନ୍ତି l ଅନ୍ୟପଟେ ମେସିନରେ ଟ୍ରେଞ୍ଚ ଖୋଳି ମାଲାମାଲ ହେଉଛନ୍ତି ଅଧିକାରୀ ଓ କର୍ମଚାରୀ।
ଠାକୁରମୁଣ୍ଡା ବନାଞ୍ଚଳର ବାଲିପୋଷି ସେକ୍ସନର ବୋରିଂ ବିଟ ଅଞ୍ଚଳରେ ଚରମ ଅବ୍ୟବସ୍ଥା ଏବେ ସାମ୍ନାକୁ ଆସିଛି l ବୋରିଂ ଗ୍ରାମରେ ଶ୍ରମିକମାନେ ୧୧ ମାସ ପୂର୍ବରୁ ଟ୍ରେଞ୍ଚ ଖୋଳିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ମଜୁରୀ ମିଳିନାହିଁ। ଏଠାରେ ୨୫ ରୁ ଅଧିକ ମହିଳା ଏବଂ ପୁରୁଷ ଏହି କାମରେ ନିୟୋଜିତ ହୋଇ ୩୦ ରୁ ୪୫ ଦିନ ମଜୁରୀ କାମ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ପ୍ରାପ୍ୟ ପାଇ ପାରିଲେ ନାହିଁ l ବନ କାର୍ଯ୍ୟାଳୟରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ଟଙ୍କାଟିଏ ପାଇଲେ ନାହିଁ l ଅଧିକାରୀ କହୁଛନ୍ତି ଆକାଉଣ୍ଟରେ ପଇଠ ହୋଇଛି । କିନ୍ତୁ ଜମାଖାତାରେ ଚେକ କଲାବେଳକୁ ଟଙ୍କା ନାହିଁ।
ତେବେ ସେଠାରେ ଥିବା ବନରକ୍ଷୀ ବୋରିଂରେ ରହୁନଥିବାରୁ ବନପାଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ଅନେକ ଶ୍ରମିକ ପକ୍କାଘର ପାଇଥିବାରୁ ଏବଂ ୯୫ ଦିନର ଶ୍ରମ ଦିବସ ହୋଇଥିବାରୁ ତାଙ୍କ ନାମରେ ମଜୁରୀ ଭରିବା ସମ୍ଭବ ହେଲାନାହିଁ । ଫଳରେ ଏପରି ସମସ୍ୟା ଦେଖା ଦେଇଛିl ଅନ୍ୟ କେତେକଙ୍କର ଆକାଉଣ୍ଟକୁ ଯାଇଛି । ହେଲେ ଜାଣି ହେଉନାହିଁ ବୋଲି ପ୍ରକାଶ କରିଥିଲେ। ତେବେ ଆଗାମୀ ଦିନରେ ଯେମିତି ହେଲେ ମଜୁରୀ ଦିଆଯିବ ବୋଲି ସେ କହିଛନ୍ତି l ମାତ୍ର ଦାୟିତ୍ୱରେ ଥିବା ବନାଞ୍ଚଳ ଅଧିକାରୀ କିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହୁଛନ୍ତି ଶ୍ରମିକ କାମ କରିବାକୁ ବାହାରୁ ନ ଥିବାରୁ ମେସିନ ଲଗାଯାଉଛି l ତେବେ ମଜୁରୀ ଦେଇ ପାରୁନଥିବାରୁ ବନ ବିଭାଗ କାର୍ଯ୍ୟରେ ଶ୍ରମିକ ବିଶ୍ୱାସ ରଖୁନାହାନ୍ତି ବୋଲି ଜଣାପଡିଛି l ତେବେ ଗ୍ରାମର ହାରାମଣୀ ନାଏକ, ମମତା ନାଏକ, ରାଇମଣି ନାଏକ , ଚୈତନ୍ୟ ଦେହୁରୀ, ନନ୍ଦିନୀ ଦେହୁରୀ, କଜଳ ନାଏକ, ଟୁନା ନାଏକ ଅନେକ ଶ୍ରମିକ ମଜୁରୀ ପାଇନଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version