Latest

ନଭେମ୍ବର ୨୨ରୁ ନବମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା

Posted on

ଭୁବନେଶ୍ବର (ଓଡ଼ିଶା ୱେୟାର) : ନୂଆ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ଏବଂ ମୂଲ୍ୟାୟନ ପଦ୍ଧତି ନିଷ୍ପତ୍ତି ପରେ ନବମ ଶ୍ରେଣୀର ସମେଟିଭ- ୧ ପରୀକ୍ଷା ତାରିଖ ଘୋଷଣା କରିଛି ମାଧ୍ୟମିକ ବୋର୍ଡ। ନଭେମ୍ବର ୨୨ରୁ ୨୪ ମଧ୍ୟରେ ହେବ ପ୍ରଥମ ସମେଟିଭ୍‌ ପରୀକ୍ଷା। ଏଥିରେ ୪୦ମାର୍କର ପରୀକ୍ଷା ହେବ। ୨୦ମାର୍କର ସବ୍‌ଜେକ୍‌ଟିଭ୍‌ ଓ ୨୦ମାର୍କର ଅବଜେକ୍‌ଟିଭ ପରୀକ୍ଷା ହେବ।

ଏହାର େଓ୍ଵଟେଜ ୩୦ ପ୍ରତିଶତ ରହିବ। ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ନଭେମ୍ବର ୩୦ ମଧ୍ୟରେ ସରିବ ଖାତା ମୂଲ୍ୟାୟନ। ଡିସେମ୍ବର ୬ରୁ ୧୩ ତାରିଖ ଭିତରେ ଅନଲାଇନରେ ମାର୍କ ଅପଲୋଡ କରାଯିବ। ଫରମେଟିଭ୍‌ ଓ ସମେଟିଭ୍‌ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ବର୍ଷକୁ ୪ଟି ଫରମେଟିଭ୍‌ ଆସେସମେଣ୍ଟ ହେବ। ପ୍ରତିବର୍ଷ ୨ଟି ସମେଟିଭ୍‌ ପରୀକ୍ଷା ହେବ। ଦଶମ ଶ୍ରେଣୀ ପାଇଁ ସମେଟିଭ ପରୀକ୍ଷା ତାରିଖ ଖୁବ ଶୀଘ୍ର ଘୋଷଣା ହେବ। ନଭେମ୍ବର ଓ ଡିସେମ୍ବର ଆରମ୍ଭରୁ ଏହି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ଯପଟେ ସୂଚନା ଥାଉକି, ଗତକାଲିଠାରୁ ଖୋଲିଛି ଏକାଦଶ ଶ୍ରେଣୀ। କୋଭିଡ୍‌ କଟକଣା ଭିତରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା କୌଣସି ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବାକୁ ବାରଣ କରାଯାଇଛି । ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବୋରୋଟୋରୀ, ଟଏଲେଟ ଆଦିକୁ ବିଶୋଧନ କରାଯାଇଛି । ଶ୍ରେଣୀଗୃହ ଭିତରେ ବସିବା ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ସମୟ ବ୍ୟବଧାନ ସ୍ଥିର କରିବା ସହ ଶାରୀରିକ ଦୂରତ୍ବ ରକ୍ଷା ନିମନ୍ତେ ସୁନିଶ୍ଚିତ ହେବାକୁ ଦୃଷ୍ଟି ଦିଆଯାଇଛି । ଏହାସହ ଶ୍ରେଣୀରେ ପାଠପଢ଼ା ସମୟରେ ମାସ୍କ୍ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।

ପିଇବା ପାଣି, ସାନିଟାଇଜେସନର ପର୍ଯ୍ୟାପ୍ତ ସୁବିିଧା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ସ୍କୁଲକୁ ନେବା ଆଣିବା ଦାୟିତ୍ୱ ଅଭିଭାବକମାନେ ତୁଲାଇବେ । ସ୍କୁଲକୁ ଆସିବାକୁ ସମସ୍ତଙ୍କୁ ବାଧ୍ୟତାମୂଳକ ନୁହେଁ । ଅଭିଭାବକଙ୍କ ସମ୍ମତିରେ ପଢ଼ିବାକୁ ଆସିବେ ଛାତ୍ରଛାତ୍ରୀ । ଏବେ କେବଳ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ କ୍ଲାସ ହେଉଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version