Latest

ସ୍ମାର୍ଟ ସିଟିର ନଗ୍ନ ଚେହେରା ଟିଉସନ ବାହାରିଥିଲା, ଡ୍ରେନରେ ଭାସିଗଲା ନାବାଳକ

Posted on

ଭୁବନେଶ୍ବର,(ଓଡ଼ିଶା ୱେୟାର) : ଲଘୁଚାପ ଜନିତ ପ୍ରବଳ ବର୍ଷା ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। ଜଣେ ଦଶମ ଶ୍ରେଣୀର ଛାତ୍ରୀ ଟିଉସନ ଯାଉଥିବା ସମୟରେ ମୁକୁଳା ଡ୍ରେନରେ ଭାସି ଯାଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀର ପ୍ରମୁଖ ସ୍ଥାନ ଶିରିପୁର ଅନ୍ତର୍ଗତ ଶତାବ୍ଦୀନଗରରେ । ଆଜି ଅପରାହ୍ଣରେ ଏହି ଘଟଣା ଘଟିଥିବା ବେଳେ ନାବାଳକଙ୍କୁ ଅଗ୍ନିଶମ ବିଭାଗ ଖୋଜୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ଆଜି ଦ୍ବିପ୍ରହର ପ୍ରାୟ ଦୁଇଟା ସମୟରେ ୧୫ ବର୍ଷର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିର୍ମୟ ବେହେରା ଟିଉସନ ବାହାରିଥିଲେ। ତେବେ ଶତାବ୍ଦୀ ନଗରରେ ପ୍ରବଳ ପାଣି ଜମିଥିବା ବେଳେ ମୁକୁଳା ଡ୍ରେନରେ ଜ୍ୟୋତିର୍ମୟ ସାଇକେଲ ସହିତ ଖସି ପଡ଼ିଥିଲେ। ପାଣିର ସୁଅ ପ୍ରଖର ଥିବାରୁ ଜ୍ୟୋତିର୍ମୟ ସେହି ସୁଅରେ କେଉଁ ଆଡ଼େ ଭାସି ଯାଇଥିବା ଅନୁମାନ କରାଯାଉଛି। ତେବେ ଗଲା ୩ ଘଣ୍ଟା ଧରି ସେ ନିଖୋଜ ଅଛନ୍ତି । ଡ୍ରେନ୍ ଯାଇଥିବା ରାସ୍ତାରେ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ । ତେବେ ଏତେ ବଡ଼ ଘଟଣା କିପରି ଘଟିଲା ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଏହିଭଳି ଏକ ଅନୁରୂପ ଘଟଣା ଘଟିଥିଲା ୨୦୧୯ ମସିହା ନୂଆପଲ୍ଲୀ ଅଞ୍ଚଳରେ। ନୂଆପଲ୍ଲୀ ଥାନା ଅନ୍ତର୍ଗତ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ବୃଦ୍ଧ ଭାସି ଯାଇ ମୃତ୍ୟୁ ମୁଖରେ ପଡ଼ିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version