Latest

‘ସଭାପତି ପଦ ଚିରସ୍ଥାୟୀ ନୁହେଁ’

Posted on

ଭୁବନେଶ୍ବର (ଓଡ଼ିଶା ୱେୟାର):ରାଜ୍ୟରେ ଦିନକୁ ଦିନ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ବିଭିନ୍ନ ନିର୍ବାଚନରେ କଂଗ୍ରେସ ଯେଉଁଭଳି ପରାଜୟର ସାମ୍ନା କରୁଛି, ତାହାକୁ ଆଦୌ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କଂଗ୍ରେସ କର୍ମକର୍ତ୍ତାମାନେ। ଯାହାଫଳରେ ପିସିସି ସଭାପତି ନିରଂଜନଙ୍କ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏହି ଚର୍ଚ୍ଚା ଉପରୁ ପରଦା ଉଠାଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଂଜନଙ୍କ ପଟ୍ଟନାୟକ।

ସେ କହିଛନ୍ତି, ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ମୁଁ ପଦରେ ରହିବି ନା ନାହିଁ ଏହା ମୋ ପାର୍ଟିର ଭିତର କଥା। ମୁଁ ହାଇକମାଣ୍ଡଙ୍କୁ ପିପିଲି ଉପନିର୍ବାଚନ ଫଳ ଆସିବା ପୂର୍ବରୁ ଚିଠି ଲେଖିଛି, କିନ୍ତୁ ଚିଠିରେ କଣ ଲେଖିଛି ସେ କଥା ଗଣମାଧ୍ୟମକୁ କହିବି ନାହିଁ। AICC କିଛି ନିଷ୍ପତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି।

ଏହା ସହିତ ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି ନେତୃତ୍ୱ ନେଉଥିବି। ବହୁ ଦିନ ହେବ ସଭାପତି ରହିଲିଣି । ଏବେ ପରିବର୍ତ୍ତନ ହେଇ ପାରେ। ବହୁତ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି ସଭାପତି ହେବା ପାଇଁ। ଏଆଇସିସି ପଚାରିଲେ ସେ ତାଙ୍କର ମତାମତ ଦେବେ ବୋଲି କହିଛନ୍ତି। ଏହା ସହିତ କର୍ମୀ ହତାଶ ହେବାର କାରଣ ନାହିଁ , ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ ବୋଲି ସେ ନିଜର ପ୍ରତିକ୍ରୀୟାରେ କହିଛନ୍ତି ।

ସୂଚନା ଥାଉକି, ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ତେଜନା। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କଂଗ୍ରେସ ଭବନ ଆଗରେ ଜୋରଦାର ନାରା ଦିଆଯାଇଥିଲା। ପିପିଲି ଉପନିର୍ବାଚନ ଫଳାଫଳ ବାହାରିବା ପରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version