Latest

ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

Posted on

ଯାଜପୁର(ଓଡ଼ିଶା ଓ୍ବେୟାର) : :ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି କିଛି ଛାତ୍ର ଓ ଅସମାଜିକ ଯୁବକ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର କିଛି ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଲାଗି ରହିଥିଲା। ଗତକାଲି କଲେଜ ରାସ୍ତାରେ ସାଇକେଲରେ କିଛି ଛାତ୍ର ଫେରୁଥିବା ବେଳେ,ଅନ୍ୟ କିଛି ଛାତ୍ର ଓ ଅସାମାଜିକ ଯୁବକ ସେମାନଙ୍କୁ ବାଟରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ।
ତା ସହ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ରାସ୍ତାରେ ଯାଉଥିବା ଲୋକ ଓ ସ୍ଥାନୀୟ ଲୋକେ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ଛାତ୍ରମାନେ ଅନ୍ୟ ଛାତ୍ରଙ୍କୁ ପିଟି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ବରୀ ରାମଚନ୍ଦ୍ରପୁର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version